Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଇଡା ସ୍ୱାଧୀନ କ୍ଲବ୍ ପକ୍ଷରୁ ରାତ୍ରୀ କ୍ରିକେଟ୍ ଉଦଯାପିତ। ତରେଇକେଲା ଚାମ୍ପିଅନ

ସଇଡା ସ୍ୱାଧୀନ କ୍ଲବ୍ ପକ୍ଷରୁ ରାତ୍ରୀ କ୍ରିକେଟ୍ ଉଦଯାପିତ ହୋଇଯାଇଛି ଏଥିରେ ପତ୍ରlପାଲି କୁ ହରାଇ, ତରେଇକେଲା ଚାମ୍ପିଅନ ହୋଇଥିଲେ l ଦୁଇ ରାତ୍ରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ସଇଡା ର ପୂର୍ବତନ ୱାର୍ଡ଼ ମେମ୍ବର୍ ଯଶକେତନ୍ ପୃସେଠ୍ ମୂଖ୍ୟ ଅତିଥି ଭାବରେ ଓ ଅଧ୍ୟାପକ ସତ୍ୟନାରାୟଣ ପଟେଲ୍, ଟିମ୍ ଲlୟନ୍ ର ସୌରଭ କର, ସତ୍ୟମ୍ ସତ୍ୟମ୍ ସିବମ କ୍ରିଏସନ୍ ର ସଞ୍ଜୟ ପାତ୍ର ଓ ଚିତ୍ତ ରଂଜନ ପୃସେଠ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ପ୍ରଥମେ ବ୍ୟାଟିଂ ଆରଂଭ କରି ତରେଇକେଲା ଦଳ ୧୦ ଅଭର୍ ରେ ଧୂଆଁଧାର ବ୍ୟାଟିଂ କରି ୧୪୮ ରନର୍ ବିଶାଳକାୟ ଟାର୍ଗେଟ ରଖିଥିଲା ବେଳେ ଜବାବରେ ପତ୍ରlପାଲି ଦଳ ମଧ୍ୟ ଧୂଆଁଧାର ବ୍ୟାଟିଂ ଆରଂଭ କରି ୧୦୯ ରନ୍ କରିବାକୁ ସମର୍ଥ ହେଇଥିଲା l ମ୍ୟାଚ୍ କୁ ଭବାନୀ, ପୀଙ୍କୁ, ନନ୍ଦୁ, ତୁଷାର, ମୁକେଶ ଓ ବିଜୁ ସାହୁ ପରିଚାଳନା କରିଥବl ବେଳେ ଅଭି ମନୋହରୀ ଓ କୁନୁ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ l ବିଜେତା ଦଳକୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତl ଦଳକୁ ନଗଦ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ସ୍ବର୍ଗତ ତ୍ରିଲୋଚନ ପୃଷେଠ ଙ୍କ ସ୍ମୃତିରେ ଏକ ବିରଟକାୟ ଫୁଟବଲ ଓ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l