ପ୍ରେମିକା ପାଇଁ ମୋବାଇଲ ଟାୱାର ଉପରେ ଚଢ଼ିଗଲେ ଯୁବକ! ନାକେଦମ ହେଲା ଅଗ୍ନିଶମବାହିନୀ
ମାଲକାନଗିରି, ୨୮|୩: ପ୍ରେମିକା ପାଇଁ ମୋବାଇଲ ଟାୱାର ଉପରକୁ ଚଢ଼ିଗଲେ ଯୁବକ! ଦୀର୍ଘ ସମୟ ଧରି ନାକେଦମ ହେବା ପରେ ଟାୱାର ଉପରେ ଚଢ଼ିଥିବା ଯୁବକକୁ ଟାୱାରରୁ ତଳକୁ ଓହ୍ଲାଇଲା ଅଗ୍ନିଶମ ବାହିନୀ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମାଲକାନଗିରିର ସିଂଗରାଜଖୁଣ୍ଟା ଗ୍ରାମରେ । ଯେଉଁଠି ଏକ ଯୁବକ ପ୍ରେମିକା ଗାଁରେ ଆସି ନିକଟରେ ଥିବା ଟାୱାର ଉପରକୁ ଚଢ଼ିଯାଇଥିଲା। ଏପରିକି ଫିଲ୍ମ ଷ୍ଟାଇଲରେ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା। ଆଉ ଏଥିପାଇଁ ନାକେଦମ ହେବାକୁ ପଡିଥିଲା ଅଗ୍ନିଶମବାହିନୀକୁ | ଦୀର୍ଘ ୩ ଘଣ୍ଟାର ଘଣ୍ଟା ଧରି ଉଦ୍ୟମ ପରେ ଯୁବକଙ୍କୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ |

