ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହାଣିଲେ ଦୁର୍ବୃତ୍ତ!
ପୁରୀ, ୨୮|୩ : ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି | ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ବଳି ଉପରେ ପଡିଛି | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର ପେଣ୍ଠକଟା ତାରେଣୀ ବସ୍ତିରେ | ଯେଉଁଠି ଯୁବକଙ୍କୁ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ହତ୍ୟା କରିଛନ୍ତି ଦୁର୍ବୁତ୍ତ |
ସୂଚନା ଅନୁସାରେ ସମୁଦ୍ରକୂଳ ଥାନା ପେଣ୍ଠକଟା ଧୋବାଖାଲ ନିକଟରେ ଏହି ହତ୍ୟାକାଣ୍ଡଟି ଘଟିଛି | ଦୁର୍ବୁତ୍ତ ହତ୍ୟାକାଣ୍ଡ ଘଟାଇବା ପରେ ରକ୍ତାକ୍ତ ମୃତଦେହକୁ ବଳି ଉପରେ ଫିଙ୍ଗି ଫେରାର ହୋଇ ଯାଇଛନ୍ତି | ଏହାପରେ ସମୁଦ୍ରକୂଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛିଯେ, ମୃତକ ଜଣକ ହେଉଛନ୍ତି ଷ୍ଟେସନ ବାଲିଉପର ଅଞ୍ଚଳର | ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତଦନ୍ତ ଜାରି ରଖିଛି |

