Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଓକିଲ ସଂଘ ନିର୍ବାଚନ ; ପ୍ରଫୁଲ୍ଲ ସଭାପତି, ମନୋଜ ସମ୍ପାଦକ ।

ବଲାଙ୍ଗୀର,୨୯/୦୩: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ସିଭିଲ କୋର୍ଟ ପରିସର ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୭:୩୦ ରୁ ୩ଟା ପର୍ଯ୍ୟନ୍ତ ମତଦାନ ହୋଇ ୪ ଟା ପରେ ଗଣତି ହୋଇଥିଲା ।
ଏହି ନିର୍ବାଚନରେ ମାତ୍ର ଗୋଟିଏ ଭୋଟରୁ ସଭାପତି ଭାବେ ପ୍ରଫୁଲ୍ଲ କୁମାର ନାୟକ ଓ ମନୋଜ କୁମାର ଦାଶ ସମ୍ପାଦକ ଭାବେ ପୁର୍ନବାର ନିର୍ବାଚିତ ହୋଇଥିଲେ । ଉପସଭାପତି ଭାବେ ପର୍ଶୁରାମ ସଗରିଆ ନିର୍ବାଚିତ ହୋଇଥ‌ିବା ବେଳେ ଜଗଦୀଶ ଦୀକ୍ଷିତ ସହ ସମ୍ପାଦକ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
ସଂଘର ବରିଷ୍ଠ ସଭ୍ୟ କାନନ କିଶୋର ପଣ୍ଡା, ଜଗନ୍ନାଥ ନାୟକ ଓ ବିଷ୍ଣୁ ପ୍ରସାଦ ଶର୍ମା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ। ଏହି ନିର୍ବାଚନରେ ସଂଘର ମୋଟ ୮୦ ଜଣ ସଭ୍ୟାସଭ୍ୟ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିଭଳି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ସିଭିଲ କୋର୍ଟ ପରିସର ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସୁଧାଂଶୁ କୁମାର ଦାଶ ସଭାପତି, କୈଳାଶ କୁମାର ବିଶ୍ବାଳ ସମ୍ପାଦକ, ପ୍ରଦିପ କୁମାର
ଶର୍ମା ଉପସଭାପତି, ହେମନ୍ତ ନାୟକ ଯୁଗ୍ମ ସମ୍ପାଦକ, ବୁଦ୍ଧଦେବ ସଗରିଆ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories