Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ବଢିଛି ଚର୍ଚ୍ଚା!

ଭୁବନେଶ୍ୱର,୩।୪:  ରାଜ୍ୟସଭା ନିର୍ବାଚନ ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ମନ୍ତ୍ରୀ ମଣ୍ଡଳ ଗଠନକୁ ନେଇ ଏକ ଚର୍ଚ୍ଚା  ଜୋର୍ ଧରିଛି । ୩୦ ଜିଲ୍ଲାରେ ଯୋଜନା ବୋର୍ଡ ଅଧ୍ୟକ୍ଷମାନଙ୍କ ନିଯୁକ୍ତି ହେବା ପରେ ଏହି ଆଲୋଚନା ଆହୁରି ଜୋର୍ ଧରିଛି। ଖାସ୍ କରି  ପଶ୍ଚିମ ଓଡ଼ିଶାରୁ ଦୁଇ ଅଭିଜ୍ଞ ବିଧାୟକ ଜୟନାରାୟଣ ମିଶ୍ର ଓ ଇରାଶିଷ ଆଚାର୍ଯ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଏହି ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ଆଲୋଚନା ଜୋର୍ ଧରିଛି। ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନିଯୁକ୍ତି ପରେ ଏହି ସମ୍ଭାବନାକୁ ଆହୁରି ସ୍ପଷ୍ଟ କରିଛି । ବିଶେଷକରି ଏହି ପଦବୀ ସ୍ଥାନୀୟ  ଅଞ୍ଚଳର ନେତାଙ୍କୁ ଦିଆଯାଇଥାଏ କିନ୍ତୁ ଏଥର ବାହାର ଜିଲ୍ଲାର ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବାରୁ ଜୟନାରାୟଣଙ୍କ ପାଇଁ କ୍ୟାବିନେଟ୍ ରେ ସ୍ଥାନ ମିଳିବା ନେଇ ଅନୁମାନ କରାଯାଉଛି।

ଅପରପକ୍ଷରେ, ବରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯିବା ପରେ, ମନ୍ତ୍ରୀ ଦୌଡ଼ରେ ଭଟଲି ବିଧାୟକ ଇରାଶିଶ ଆଚାର୍ଯ୍ୟଙ୍କ ନାମ ତାଲିକାର ଶୀର୍ଷ ରେ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶ୍ୱସ୍ତ ଥିବା ଇରାଶିଷଙ୍କୁ ପଶ୍ଚିମ ଓଡ଼ିଶାର ଯୁବ ଚେହେରା ଭାବେ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଆଲୋଚନା ମଧ୍ୟ ଜୋର୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ