Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ଆର୍.ଡି ରାସ୍ତାରୁ ସାଲେପଡ଼ା ନିମ୍ନ ମାନର ରାସ୍ତା ମରାମତି କାମ ଘଟଣା ! ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଏସ.ଡି.ଓ (SDO) ଏବଂ କନିଷ୍ଠ ଯନ୍ତ୍ରୀଙ୍କ ରହସ୍ୟଜନକ ନୀରବତାକୁ ନେଇ ପ୍ରଶ୍ନବାଚୀ ।

ବଲାଙ୍ଗୀର,୦୩/୦୪: ଲୋକଙ୍କ ସୁବିଧା ପାଇଁ ରାସ୍ତା ନୁହେଁ ବରଂ ସରକାରୀ ଅର୍ଥର ଲୁଟ୍ ପାଇଁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ତଥା ବ୍ଲୁ ପ୍ରିଣ୍ଟ ତିଆରି କରାଯାଇଛି । ନିମ୍ନ ମାନର ପିଚୁ ମରାମତି ରାସ୍ତା କାମକୁ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏସ.ଡି.ଓ(SDO) ଏବଂ କନିଷ୍ଠ ଯନ୍ତ୍ରୀଙ୍କ ରହସ୍ୟଜନକ ନୀରବତାକୁ ନେଇ ଏବେ ପ୍ରଶ୍ନବାଚୀ ଉଠିଛି । ଠିକାଦାରଙ୍କ ନିମ୍ନମାନର କାମକୁ ପ୍ରକାରାନ୍ତରେ ସହଯୋଗ କରୁଥିବା ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଶୁଣିବା ତ ଦୂରର କଥା, ଲୋକଙ୍କ ଫୋନ୍ କଲ୍ ଉଠାଇବାକୁ ମଧ୍ୟ ଉଚିତ୍ ମଣୁନାହାନ୍ତି।
ସୂଚନା ଅନୁଯାୟୀ, କାର୍ଯ୍ୟ ନିର୍ବାହୀ ସଂସ୍ଥା ଗ୍ରାମ୍ୟ ନିର୍ମାଣ ବିଭାଗ ଟିଟିଲାଗଡ଼ ଦ୍ଵାରା ମୁରିବାହାଲ ଆର.ଡି ରୋଡ ଠାରୁ ସାଲେପଡ଼ା ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଏହି ରାସ୍ତା ମରାମତି କାମରେ ନିମ୍ନ ମାନର ପିଚୁ ବ୍ୟବହାର କରାଯାଇଥିବା ଫଳରେ ରାସ୍ତା ମରାମତିର ସପ୍ତାହେ ନପୁରୁଣୁ ପିଚୁ ସବୁ ଉଠି ଗଲାଣି । ଏହି ଦୁର୍ନୀତି ବିଷୟରେ ଜଣାଇବା ପାଇଁ ଯେତେବେଳେ ସଚେତନ ନାଗରିକମାନେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରୁଛନ୍ତି ସେତେବେଳେ ସେମାନେ ନିରାଶ ହେଉଥିବା ହୋଇଛି ।
ସଂପୃକ୍ତ ବିଭାଗର ଟିଟିଲାଗଡ଼ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମାଝୀ ଜିଲ୍ଲା ଉପଖଣ୍ଡ ଅଧୀନ ବଡ଼ ବଡ଼ ପ୍ରକଳ୍ପର ତଦାରଖ ଦାୟିତ୍ୱରେ ଥିବା ବେଳେ ସେ ଉକ୍ତ କାମରେ ସବୁ ଜାଣି ଅଜଣା ସାଜିଛନ୍ତି । ସାଧାରଣ ଜନତାଙ୍କ ଫୋନ୍ କଲ୍ ତାଙ୍କ ପାଇଁ ସତେ ଯେମିତି ଅଲୋଡ଼ା ତଥା ମୁଣ୍ଡ ବ୍ୟଥାର କାରଣ ସାଜିଛି ।
ସେହିପରି ଏସ.ଡି.ଓ(SDO) ପ୍ରଦୀପ କୁମାର ଲାଲ୍ କ୍ଷେତ୍ର ପରିଦର୍ଶନ କରିବା ବଦଳରେ ସେ ନିଜ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ରହିବାକୁ ଶ୍ରେୟସ୍କର ମଣୁଛନ୍ତି। ଠିକାଦାର ସହିତ ତାଙ୍କର କି ସମ୍ପର୍କ ଅଛି ? ଯେଉଁଥିପାଇଁ ସେ ଜନସାଧାରଣଙ୍କ ଅଭିଯୋଗ ଶୁଣିବାକୁ ଫୋନ୍ କଲ୍ ଉଠାଉ ନାହାଁନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
ଏଥିସହ ଉକ୍ତ ରାସ୍ତା ମରାମତି କାମର ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀ କାମ ସ୍ଥଳରେ ଉପସ୍ଥିତ ରହିବା କଥା ହେଲେ ସେ କାମ ସମୟରେ ଉପସ୍ଥିତ ନରହିବା ଫଳରେ ସଂପୃକ୍ତ ଠିକାଦାର ଗୋଟିଏ ଦିନରେ ରାତାରାତି କାମ ସାରିଦେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏପରିକି ଦାୟିତ୍ୱରେ ଥିବା ବିଭାଗୀୟ ବାବୁ ମାନେ ଅଭିଯୋଗକାରୀଙ୍କ ଫୋନ୍ କଲ୍ ନଉଠାଇବା ଠିକାଦାରଙ୍କ ସହ ସେମାନଙ୍କର ଗୋପନ ବୁଝାମଣା ଇଙ୍ଗୀତ କରୁଛି ।
ରାଜ୍ୟ ସରକାର ସ୍ୱଚ୍ଛ ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବା ବେଳେ, ବିଭାଗୀୟ ଅଧିକାରୀ ମାନେ ସରକାରଙ୍କ ଭାବମୂର୍ତ୍ତିକୁ ଜଳାଞ୍ଜଳି ଦେଉଛନ୍ତି । ଯଦି ତୁରନ୍ତ ଏହି ରାସ୍ତା କାମର ତଦନ୍ତ କରାନଯାଏ ଏବଂ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ ନକରାଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ