Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘୁମୁସର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ ବେଲଗୁଣ୍ଠାବାସୀ

ବେଲଗୁଣ୍ଠା : ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଭାବେ ପରିଣତ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ବର ଉତ୍ତୋଳନ ଜୋରଦାର ହେବାରେ ଲାଗିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ,ବିକ୍ଷୋଭ ପ୍ରଦର୍ଶନ ସହ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ଶୋଭାଯାତ୍ରା ଅନୁଷ୍ଠିତ ମଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ଏ ନେଇ ଘୁମୁସର ବାହିନୀ ପକ୍ଷରୁ ବେଲଗୁଣ୍ଠା ଠାରେ ସ୍ଵତନ୍ତ୍ର ଚିଠି ଏବଂ ହସ୍ତାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଲଗୁଣ୍ଠା ବାସୀ ବହୁ ସଂଖ୍ୟାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଙ୍କୁ ଭଞ୍ଜନଗର ଉପଖଣ୍ଡ କୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଚିଠି ଓ ହସ୍ତାକ୍ଷର ଲେଖାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଘୁମୁସର ବାହିନୀ ପକ୍ଷରୁ ବିଭିନ୍ନ ବ୍ଳକ ରେ ଜନ ସଚେତନତା ସୃଷ୍ଟି କରାଯିବା ସହ ଚିଠି ଲେଖା ଅଭିଯାନ ଓ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଘୁମୁସର ବାହିନୀ ସଦସ୍ୟ ମାଧବ ନାୟକ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଉପଖଣ୍ଡର ୮ ବ୍ଳକ ଓ ୫ ଗୋଟି ଏନଏସି କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଭଞ୍ଜନଗର ଓକିଲ ସଂଘ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ଉତ୍କଳ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତରଳନ କରି ଆସୁଅଛନ୍ତି। ଗତ କିଛି ମାସ ତଳେ ଏ ନେଇ ଭଞ୍ଜନଗର ବନ୍ଦ କରିବା ସହ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ଏଥି ସହିତ ବିଭିନ୍ନ ସମୟରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ଦକ୍ଷିଣାଞ୍ଚଳ ଆର ର୍ଡିସି ସରକାରଙ୍କୁ ଜିଲ୍ଲା ଗଠନର ଯଥାର୍ଥତା ରହିଥିବା ନେଇ ସରକାରଙ୍କୁ ଅବଗତ କରିଛନ୍ତି। କିନ୍ତୁ ବୋର୍ଡ ଅଫ୍ ରେଭିନ୍ୟୁ ଗତ ୨୦୧୦ ମସିହା ଜୁନ୍ ୫ ତାରିଖ ଦିନ ଘୁମୁସର ଜିଲ୍ଲା ଗଠନର ଆବଶ୍ୟକତା ନଥିବା ଦର୍ଶାଇ ଏହି ଦାବିକୁ ପ୍ରତ୍ୟାହାର କରିଥିଲେ। ଯାହାକି ବୋର୍ଡର ନିର୍ଦ୍ଦେଶ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦୁଖ ଓ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଉଛି। ତେଣୁ ପୁନର୍ବାର ଏହାକୁ ବିଚାରକୁ ନିଆଯାଇ ଓଡ଼ିଶାର ବୃହତ୍ତ ଉପଖଣ୍ଡ ଭଞ୍ଜନଗରକୁ ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଘୁମୁସର ବାହିନୀ ଦାବି କରିଛି।