Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ନାହାଁନ୍ତି ପ୍ରସିଦ୍ଧ ଗାୟିକା ଆଶା ଭୋସଲେ; ୯୨ ବର୍ଷରେ ମୁମ୍ୱାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ନୂଆଦିଲ୍ଲୀ, ୧୨।୪: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ୯୨ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ସମସ୍ୟା କାରଣରୁ ତାଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପୁଅ ଆନନ୍ଦ ଭୋସଲେ ଏନେଇ ସୁଚନା ଦେଇଛନ୍ତି।

ସେ ପ୍ରାୟ ୨୦ରୁ ଅଧିକ ଭାଷାରେ ଗୀତ ଗାଇଥିବା ବେଳେ ୧୨,୦୦୦ ରୁ ଅଧିକ ସଙ୍ଗୀତରେ ନିଜର କଣ୍ଠ ଦାନ କରିଥଲେ। ଅନେକ ଓଡିଆ ଭଜନରେ ମଧ୍ୟ କଣ୍ଠ ଦାନ କରିଛନ୍ତି ଆଶା। ସବୁଠାରୁ ଅଧିକ ଗୀତ ଷ୍ଟୁଡିଓରେ ରେକର୍ଡିଙ୍ଗ କରିଥିବା ଗାୟିକା ମାନଙ୍କ ମଧ୍ୟରେ ଆଶା ରହିଛନ୍ତି ପ୍ରଥମରେ। ଅନେକ ଆୱାର୍ଡ଼ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଆଶା। ୨୦୦୦ ମସିହାରେ ତାଙ୍କୁ ଦାଦା ଫାଲକେ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ୨୦୦୮ରେ ପଦ୍ମ ବିଭୂଷଣ ଏବଂ ଦୁଇ ଦୁଇ ଥର ଜାତୀୟ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି ଆଶା। ସେହିପରି ୭ ଥର ଫିଲ୍ମ ଫେୟାର ଆୱାର୍ଡ଼ରେ ମଧ୍ୟ ସମ୍ମାନିତ କରାଯାଇଛି ସୁର ସାମ୍ରାଜ୍ଞୀ ଆଶା ଭୋସଲେଙ୍କୁ । ୨୦୧୧ ରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ମଧ୍ୟ ତାଙ୍କ ନାମ ସ୍ଥାନ ପାଇଥିଲା। ତେବେ ଆସନ୍ତା ସୋମବାର ଦିନ ଶିବାଜୀ ପାର୍କରେ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ