Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ପ୍ରସିଦ୍ଧ ମା ‘ ନାରାୟଣୀ ଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

କନ୍ଧମାଳ, ତା, ୧୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପରମ୍ପରା ଅନୁଯାୟୀ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ୨୭ତମ ଯାତ୍ରାର ଶୁଭଖୁଣ୍ଟି ମା’ ଙ୍କ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ଏଥି ନିମନ୍ତେ ପ୍ରଥମେ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଶୁଭ ଖୁଣ୍ଟି ବାନା ପୂଜାର୍ଚନା କରି ମହା ପଟୁଆର ରେ ବାଣ ଫୁଟାଇ ସ୍ଥାନୀୟ ପେଞ୍ଜି ସାହି ନିକଟସୁ ନବୀନ କଁହରଙ୍କ ବଗିଚା କୁ ଯାଇ ସେଠାରେ ଏକ ବାଉଁଶ ବୃକ୍ଷ ପୂଜାର୍ଚନା କରି ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି କାବୁଲା ସେନାପତିଙ୍କ ନେତୃତ୍ୱରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା ପରେ ବୃକ୍ଷ ଛେଦନ କରାଯାଇଥିଲା। ବୃକ୍ଷ ଛେଦନ କାର୍ଯ୍ୟରେ ଫୁଲବାଣୀ ବିଡ଼ିଓ ସୋମ୍ୟ ରଞ୍ଜନ ପାତ୍ର,ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଭିକାରୀ ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ l ଯାତ୍ରା ମୁଖ୍ୟ ପୂଜକ ସଞ୍ଜୟ ଦାଶ ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ l ବୃକ୍ଷ ଛେଦନ ପରେ ଉକ୍ତ ଶୁଭଖୁଣ୍ଟି କୁ ପୁଣି ମହାପଟୁଆର ରେ ବଜାର ମୁଖ୍ୟ ରାସ୍ତା, ଦେଇ ମାଦିକୁନ୍ଦା ଛକ, ନାରାୟଣୀ ମନ୍ଦିର କୁ ଯାଇଥିଲେ । ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ ବେଦ ଭୂଷଣ, ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ହରିଶ ବିଶି, ଏସଡିପିଓ ଶୁଭ୍ରଜିତ ବିଶ୍ବାଳ, ପିଏ ଆଇଟି ଡିଏ ଗଦାଧର ପାତ୍ର, ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତି, ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମା ‘ ନାରାୟଣୀ ଙ୍କ ପାଖରେ ପୂଜାର୍ଚନା କରାଯାଇ ମନ୍ଦିରରୁ ମା’ ଙ୍କ ଆଜ୍ଞାମାଳ ଅଣାଯାଇଥିଲା। ସେଠାରୁ ରାମ ମନ୍ଦିର ନିକଟସ୍ତ ଯାତ୍ରା ପଡ଼ିଆ ଠାରେ ହୋମ ଯଜ୍ଞ କରି ସ୍ଥାପନ କରାଯାଇଥିଲା । ପୂଜା କାର୍ଯ୍ୟ ଯାତ୍ରା ପରିଚାଳନା କମିଟିର ସଭାପତି ଶ୍ରୀ ସେନାପତି ଙ୍କ ଉପସ୍ଥିତି ରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସଞ୍ଜିତ ପାତ୍ର, ସହରାଞ୍ଚଳ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଯାତ୍ରା ପରିଚାଳନା ର କୋର କମିଟି ସଦସ୍ୟ ଓ ଏସ ଡି ପି ଓ ଶୁଭ୍ରଜିତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭ ଖୁଣ୍ଟି ଆଗମନ ବେଳେ ବାଦ୍ୟ, ନୃତ୍ୟ ବାଣ ଫୁଟାଇ ଯାତ୍ରା ପଡିଆକୁ ଅଣା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ଉପଦେଷ୍ଟା ଲମ୍ବୋଦର କହଁର, ଫୁଲବାଣୀ ପୌରାଧ୍ୟକ୍ଷା ପାୟଲ ବେହେରା, ଉପ ସଭାପତି ସୁଜିତ କୁମାର ବେହେରା, ସହ ସମ୍ପାଦକ ଅଜିତ ମହାରଣା, ଶିବ ପଣ୍ଡା, ଜୟସେନ ପରିଡା, ବୀଣାପାଣି ପ୍ରଧାନ, ସୁମନ ପଟ୍ଟନାୟକ, ଅର୍ଥ ସମ୍ପାଦକ କମଳ ବେହେରା, କୋଷାଧ୍ଯକ୍ଷ ଅଶୋକ ମେକପ, ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ପ୍ରମୁଖଙ୍କ ସମେତ ପରିଚାଳନା କମିଟି କାର୍ଯ୍ୟକାରୀ ସଦସ୍ୟ ଓ ପାଞ୍ଚ ଶହ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ