Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮୦ ନାବାଳିକାଙ୍କୁ ଫସାଇ ଯୌନ ନିର୍ଯାତନା ଦେଲେ ! ଅଶ୍ଳୀଳ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରଲ କଲେ; ଅଭିଯୁକ୍ତ ଯୁବକ ଗିରଫ

ଅମରାବତୀ,୧୬ା୪: ସୋସିଆଲ ମିଡିଆରେ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଦ୍ୱାରା ଯୁବତୀ ଏବଂ ନାବାଳିକା ମାନଙ୍କ ସହ ସମ୍ପର୍କ ବଢ଼ାଇ ସେମାନଙ୍କୁ ଯୌନଶୋଷଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି | କେବଳ ସେତିକି ନୁହେଁ ବରଂ ଯୌନକ୍ରିୟାର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକ୍‌ମେଲିଂ ମଧ୍ୟ କରାଯାଇଛି। ପ୍ରାୟ ୧୦୦ଟି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ପ୍ରଘଟ କରାଯାଇଛି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ଏଥିରେ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିଛି ପୋଲିସ | ତେବେ ଅଭିଯୁକ୍ତ ଯୁବକ ଜଣକ ହେଲେ ଆୟାନ ଅହମ୍ମଦ ତନଭୀର ଅହମ୍ମଦ। ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅମରାବତୀ ଗ୍ରାମାଞ୍ଚଳ ଏସ୍‌ପି ବିଶାଲ ଆନନ୍ଦ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଯୌନ ଶୋଷଣ ଘଟଣାରେ ପିଡୀତ ହୋଇଥିବା ଅଧିକାଂଶ ନାବାଳିକା ବୋଲି ଜଣାପଡିଛି | ଅଭିଯୁକ୍ତ ଜଣକ ସେମାନଙ୍କୁ ଲୋଭ ଦେଖାଇ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବଦନାମ କରିବା ପାଇଁ ଏହାକୁ ଅନ୍‌ଲାଇନ ସାଇଟରେ ଭାଇରଲ ମଧ୍ୟ କରିଥିଲେ | ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୨୯୪, ପୋକ୍‌ସୋ ଆକ୍ଟର ଧାରା ୮ ଓ ୧୨ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ତେବେ ପୋଲିସ ସୂତ୍ରରୁ ସୂଚନା ମିଳିଛିଯେ, ବର୍ତ୍ତମାନ ସୁଦ୍ଧା କୌଣସି ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇନାହିଁ । ତେଣୁ ପୀଡ଼ିତାଙ୍କ ପରିବାର ଆଗକୁ ଆସି ଏହି ତଦନ୍ତରେ ସହଯୋଗ କରନ୍ତୁବୋଲି ପୋଲିସ ପକ୍ଷରୁ ନିବେଦନ କରାଯାଇଛି | ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି।

ଏହି ଘଟଣା ପଛରେ ଏକ ବଡ଼ ଗ୍ୟାଙ୍ଗର ହାତ ରହିଥିବା ନେଇ ରାଜ୍ୟ ସଭା ଏମ୍‌ପି ଅନିଲ ବୋଣ୍ଡେ କହିିଛନ୍ତି । ଏହି ଗ୍ୟାଙ୍ଗ ସ୍ନାପ୍‌ଚାଟ୍‌ ଏବଂ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ଏଭଳି ଅପରାଧ କାର୍ଯ୍ୟକଳାପ ଘଟାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଜବତ କରାଯିବା ସହିତ ଅଧିକ ପ୍ରମାଣ ତଦନ୍ତ ଜାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ