Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଘର ଯୋଜନା ଉପରେ ବାଜିଲା କ୍ୟାବିନେଟ ମୋହର; କାହାକୁ ମିଳିବ ମୋ ଘର?

ଭୁବନେଶ୍ବର: ୧୮ଟି ପ୍ରସ୍ତାବ ସହ ମୋ ଘର ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଉପକୃତ ହେବେ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକ। ସେହିପରି ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ । ହିତାଧିକାରୀଙ୍କୁ ମିଳିବ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ। ଏହି ରାଶି ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରଦାନ କରିବେ। ପ୍ରଥମ ବର୍ଷ ରିହାତି ଅବଧି ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ।

ଯଦି ପରିବାର କଚ୍ଚା ଘରେ  କିମ୍ବା ଗୋଟିଏ କଠୋରୀ ଥିବା ଛାତ ଘରେ ବସବାସ କରୁଥିବେ ତେବେ ସେମାନଙ୍କୁ ଏହି ସୁବିଧା ମିଳିପାରିବ। ଯେଉଁ ପରିବାର ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ କୌଣସି ସହାୟତା ପାଇନଥିବେ କିମ୍ବା ୭୦ ହଜାର ଟଙ୍କାରୁ କମ ସହାୟତା ପାଇଥିବେ ସେମାନେ ଏହାର ଲାଭ ଉଠାଇପାରିବେ। ଏହି ଯୋଜନାର ଅଂଶୀଦାର ହେବାକୁ ହେଲେ ପରିବାରର ମାସିକ ରୋଜଗାର ୨୫ ହଜାରରୁ କମ ହୋଇଥିବ। ପରିବାରରେ ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରିଚକିଆ ଯାନ ନଥିବା ଆବଶ୍ୟକ। ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ଓ ପେନସନଭୋଗୀ ହୋଇନଥିବା ଜରୁରୀ। ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାରଙ୍କୁ ଏହି ଯୋଜନାର ସୁବିଧା ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ