Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ୍ୟପାନ କରି ବିଧାନସଭାକୁ ଆସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ? ଆଲକୋହଲ ଟେଷ୍ଟ ପାଇଁ ଦାବି କଲେ ବିରୋଧୀ

ନୂଆଦିଲ୍ଲୀ,୧।୫: ଆଜି ପଞ୍ଜାବ ବିଧାନସଭାରେ ଏକ ବଡ଼ ହଙ୍ଗାମା ହୋଇଛି। ଶ୍ରମିକ ଦିବସ ଉପରେ ଏକ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭଗବନ୍ତ ମାନଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳର ସଦସ୍ୟ। ମଦ ପିଇ ବିଧାନସଭାକୁ ଆସିଥିବା ନେଇ ଶ୍ରୀ ମାନଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିରୋଧୀ। ଏହାକୁ ନେଇ ଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏମିତିକି ମୁଖ୍ୟମନ୍ତ୍ରୀଙ୍କର ଆଲକୋହଲ ଟେଷ୍ଟ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି।

ସୂଚନା ଅନୁସାରେ, ପ୍ରଥମେ ଶ୍ରୀ ମାନଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକ ଏହି ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭାରେ ପହଞ୍ଚିଥିଲେ ବୋଲି ସେ ଅଭିଯୋଗ କରିବା ପରେ ଏହାକୁ ନେଇ ଗୃହରେ ତମ୍ବି ତୁଫାନ ହୋଇଥିଲା। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ସମସ୍ତ ବିଧାୟକଙ୍କ ମଦ୍ୟପାନ ମିଟର ପରୀକ୍ଷା କରିବା ନେଇ ଗୃହରେ ଦାବି କରିଥିଲେ । ସେ କହିଥିଲେ ଯେ, “ରାଜ୍ୟମୁଖ୍ୟ”ଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିବାରୁ, ଏହାର ସତ୍ୟାସତ୍ୟ ପାଇଁ ପ୍ରତ୍ୟେକ ବିଧାୟକଙ୍କ ପରୀକ୍ଷା କରାଯିବା ଉଚିତ।

ଶ୍ରମିକ ଦିବସରେ ମଦ୍ୟପାନ କରି ଭଗବନ୍ତ ମାନ ବିଧାନସଭାକୁ ଆସିବା “ଅତି ଲଜ୍ଜାଜନକ” ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ତେବେ ପ୍ରବଳ ହଟ୍ଟୋଗଳ ହେବା ପରେ ଏହା ଉପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଥିଲେଯେ, ଆଜିର ଏହି ସ୍ୱତନ୍ତ୍ର ଅଧିବେସନ ଲେବର ଡେ ପାଇଁ ଉତ୍ସର୍ଗିକୃତ। ତେଣୁ ଅଯଥା ହୋହଲ୍ଲା ନ କରିବାକୁ ସେ ବିରୋଧୀ ଦଳର ଲୋକଙ୍କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories