Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ: ଜଳୁନି ଅଧା ଷ୍ଟ୍ରିଟ୍ ଲାଇଟ,ନୀରବ ଏନଏଏଚଆଇ

ସମ୍ବଲପୁର : ଜିଲ୍ଲାର ପଡିଆବାହାଲ ଏକ ବିଶେଷ ସ୍ଥାନ। ପଶ୍ଚିମ ଓଡିଶାର ସର୍ବ ବୃହର ସାପ୍ତାହୀକ ହାଟ ନାମରେ ପଡିଆବାହାଲର ପ୍ରସିଦ୍ଧି ରହିଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଅଞ୍ଚଳର ବିକାଶ ବଦଳରେ ବିନାଶ ଦିନକୁ ଦିନ ବଢିବାରେ ଲାଗିଛି। ସମ୍ବଲପୁର କଲିକତା ଜାତୀୟ ରାଜପଥ ଉପରେ ପଡୁଥିବା ପଡିଆବାହାଲ ଠାରେ ଗତ ୪ ମାସ ତଳେ ଷ୍ଟ୍ରିଟ୍ ଲାଇଟ୍ କରାଯାଇଛି।ପ୍ରଥମ କେତେଦିନ ଏହି ଷ୍ଟ୍ରିଟ୍ ଲାଇଟରେ ଆଲୋକିତ ହୋଇଥିଲା ଅଞ୍ଚଳ। କିନ୍ତୁ ଦିନ କେଇଟା ପରେ ଅଧେ ଜଳିଲେ ଅଧେ ଷ୍ଟ୍ରିଟ୍ ଲାଇଟ ଜଳୁନଥିବା ନେଇ ଏଏନଏଚଆଇ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଠାରେ ଅଭିଯୋଗ କରାଯାଇ ତୁରନ୍ତ ସମସ୍ତ ଷ୍ଟିଟ୍ ଲାଇଟକୁ ତୁରନ୍ତ କା୍ର୍ଯ୍ୟକ୍ଷମ କରାଇବାକୁ ଅନୁରୋଧ କରା ଯାଇଥିଲେବି ବିଭାଗ ଚୁପ୍ ହୋଇ ବସିଛି । ଏପରିକି ଏଭଳି ବିଭିନ୍ନ ସମସ୍ୟା ନେଇ ନିକଟ ଅତୀତରେ ଟାଉନ ଥାନାରେ ଉପଜିଲ୍ଲାପାଳ,ଏଏନଏଚଆଇ ଅଧିକାରୀ,ଏସଡିପିଓ,ଯୁଯୋମୁରା ତହସିଲଦାର, ସଦର ଓଆଇସିଙ୍କ ଉପସ୍ଥିତିରେ ଏକ ବୈଠକ ବସି ପଡିଆବାହାଲରେ ଫୁଥୱେ ନିର୍ମାଣ ଜଳ ଯୋଗାଣ,ରାସ୍ତା ପାର୍ଶ୍ୱ ନାଳ ନିର୍ମାଣ କାମ ସଂପୁର୍ଣ୍ଣ କରାଯିବା ନେଇ ଆଲୋଚନା କରାଯାଇଥିଲା । କିନ୍ତୁ ଏହାବି ବୈଠକରେହିଁ ସୀମିତ ରହିଛି । ଏଥିରେ କୌଣସି ଅଗ୍ରଗତି ହୋଇନି । ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ମିଳିତ ଭାବେ ନିରୀକ୍ଷଣ କରାଯାଇ ଏହା ତୁରନ୍ତ କରିବା ବୋଲି ଆଶ୍ୱାସନା ଦେଲେବି ଏହା ପାଦେବି ଆଗେଇ ପାରୁନି। ଏହାକୁ ନେଇ ଅଞ୍ଚଳରେ ନୈରାଶ୍ୟ ଭାବ ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ