Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗ ପେଟ୍ରୋଲିଂ ଟିମ ହାତରେ ଧରାପଡିଲା ବଡ ଧରଣର କେନ୍ଦୁପତ୍ର ଚୋରାଚାଲାଣ

ସମ୍ବଲପୁର : ବେଆଇନ କେନ୍ଦୁପତ୍ର ଚୋରା ଚାଲାନ ବେଳେ ଆଜି ଜଙ୍ଗଳ ବିଭାଗ ହାବୁଡରେ ପଡିଛନ୍ତି ଚୋରା ଚାଲାଣକାରୀ । ବନ ବିଭାଗର ପେଟ୍ରୋଲିଙ୍ଗ ସମୟରେ ରେଢାଖୋଲ ପଟରୁ ଆସୁଥିବା ଓଆର ‍୧୫ ଏନ୍ ୪୫୮୫ ନମ୍ବର ବିଶିଷ୍ଟ ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ଧନୁପାଲି ନିକଟସ୍ଥ ମହାବୀର ପଡାରେ ଧରି ଏହାକୁ ଜବତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଏକ ମକଦ୍ଦମା କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସମ୍ବଲପୁର ଓ ରେଡା଼ଖୋଲ୍ର ଭାରପ୍ରାପ୍ତ ଡିଏଫଓ ସୂଚନା ଦେଇଛନ୍ତି । ରେଢାଖୋଲ ବ୍ଲକର ମୋଚିବାହାଲ ଠାରୁ ଏହା ବୋଝେଇ ହୋଇ ସମ୍ବଲପୁର ଆସୁଥିବା ବେଳେ ରେଢାଖୋଲ ଏସିଏଫ୍ ଦେବୀ ପ୍ରସାଦ ରାଉତ ଙ୍କ ସହ ବଡମାଲ ଓ ସମ୍ବଲପୁର ସଦର ଆରଓ ଏହି ଚଢାଉ କରି ଏକ ବଡ ଧରଣର କେନ୍ଦୁପତ୍ର ଚୋରା ଚାଲଣକରୀଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ