ଦଶମ ଜିଲ୍ଲାପରିଷଦ ବୈଠକ:କୃଷି ଉପରେ ଗୁରୁତ୍ୱ
ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମ୍ବଲପୁର ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଦଶମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ବିଧାୟକ,ରେଙ୍ଗାଲି ଶ୍ରୀଯୁକ୍ତ ସୁର୍ଦର୍ଶନ ହରିପାଲ, ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, Zilla Parishad Vice President ଶ୍ରୀ Madhav mirdha ,ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାୟକ, ଜିଲ୍ଳାପରିଷଦ ଉପାଧ୍ୟକ୍ଷ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ),DFO, Bamra Vikram dev Pattnaik, ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ପ୍ରସନ୍ନ କୁମାର ପାତ୍ର , ଅତିରିକ୍ତ ଉନୟୟନ୍ ଅଧିକାରୀ ,
ଶ୍ରୀଯୁକ୍ତ ଉତ୍ତମ କୁମାର ବାଗ, ପ୍ରମୁଖ ମଞ୍ଚାସୀନ ଥିଲେ।
ଉକ୍ତ ବୈଠକ ରେ କୃଷି ବିଭାଗ ର ବିହନ ଯୋଗାଣ, ରାସାୟନିକ ସାର, ପିଏମ-କିସାନ, ସିଏମ-କିସାନ ଖରିଫ୍ ଓ ରବି ଋତୁ ର ଚାଷକାର୍ଯ୍ୟ, ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ ବିଭାଗର ଅଗ୍ରଗତି ଓ ବିଭିନ୍ନ କର୍ଯ୍ୟାଅନୁଷ୍ଠାନ, ମତ୍ସ୍ୟ ବିଭାଗର ଅଗ୍ରଗତି ଓ କାର୍ଯ୍ୟକ୍ରମ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, ସମବାୟ ବିଭାଗର କୃଷି ଋଣ, ପ୍ରାଥମିକ ଶିକ୍ଷା ଓ ମାଧ୍ଯମିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନ ଭିତ୍ତିଭୂମି, ଶୈକ୍ଷିକ ପରିବେଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅତ୍ୟାଧୁନିକ ଶ୍ରେଣୀ ଗୃହ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆନୁଷଙ୍ଗିକ ବ୍ୟବସ୍ଥା, ପିଏମ୍ ଶ୍ରୀ ଯୋଜନାରେ, ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ପ୍ରାଣୀ ସମ୍ପଦ ବିଭାଗ, ଗ୍ରାମ୍ୟ ନିର୍ମାଣ/ଜଳସେଚନ/କ୍ଷୁଦ୍ର ଜଳସେଚନ/ଉଠା ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗର ବିଭିନ୍ନ ଯୋଜନା ର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା।
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ), ଭାରତ ସରକାରଙ୍କ ଦ୍ୱାରା ଘୋଷିତ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୬ (National Panchayat Awards 2026) ତାଲିକାରେ ସମ୍ବଲପୁର ଜିଲ୍ଲା ର ଜମନକିରା ବ୍ଲକର ସର୍ଦ୍ଦା (Sarda) ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି ବୋଲି ସୂଚନା ଦେଇଥିଲେ। ସର୍ଦ୍ଦା(sarda )ଗ୍ରାମ ପଞ୍ଚାୟତକୁ “Climate Action Special Panchayat Award” (ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଞ୍ଚାୟତ ପୁରସ୍କାର) ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ଏହି ବିଶେଷ ବର୍ଗରେ ସର୍ଦ୍ଦା ଗ୍ରାମ ପଞ୍ଚାୟତ ସମଗ୍ର ଭାରତରେ ୨ୟ ସ୍ଥାନ (Rank 2) ଅଧିକାର କରି ଓଡ଼ିଶାର ଟେକ ରଖିଛି ବୋଲି ଜିଲ୍ଲାପାଳ ସଦସ୍ୟ ଏବଂ ଜନସାଧାରଣଙ୍କୁ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଯାଇଥିଲେ।
ଉକ୍ତ ବୈଠକରେ ଜିଲ୍ଲାରେ ଉତ୍ପାଦିତ ଫସଲକୁ କିଭଳି ଅଧିକ ମୂଲ୍ୟରେ ବିଦେଶୀ ବଜାରରେ ବିକ୍ରି କରାଯାଇପାରିବ, ସେ ବିଷୟରେ ଜିଲ୍ଲାପାଳ ଆଲୋଚନା କହିଥିଲେ। ଗତବର୍ଷ ଭଳି ଯେମିତି ଆମ୍ବ ରପ୍ତାନୀ ହୋଇଥିଲା ଚଳିତ ବର୍ଷ ମଧ୍ୟ ପ୍ରାୟ ୭୦୦ ମେଟ୍ରିକ୍ ଟନ୍ ଆମ୍ବ ବିଭିନ୍ନ ଦେଶକୁ ରପ୍ତାନି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ। ଲଙ୍କା ଚାଷୀମାନେ ଯେପରି କୀଟନାଶକ ମୁକ୍ତ (Residue-free) ଲଙ୍କା ଉତ୍ପାଦନ କରି ଦୁଇଗୁଣା ମୂଲ୍ୟ ପାଇପାରିବେ, ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି।ସନାତନ ପଲ୍ଲୀ ଭଳି ଗ୍ରାମରେ ଫୁଲ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ସେଠାରେ ପ୍ରାୟ ୮ଟି ପଲିହାଉସ୍ ପ୍ରସ୍ତୁତ ହୋଇସାରିଛି ବୋଲି କହିଥିଲେ। ଜିଲ୍ଲାରେ ଯେଉଁ ପଦବୀଗୁଡ଼ିକ ଖାଲି ଅଛି ତାହା ପୂରଣ କରାଯିବ, କିନ୍ତୁ ବର୍ତ୍ତମାନ ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି ସେମାନେ ନିଜ କର୍ତ୍ତବ୍ୟରେ ଅବହେଳା କରିବା ଉଚିତ୍ ନୁହେଁ ବୋଲି କହିଥିଲେ। ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସର୍ଭାଇକାଲ କ୍ୟାନସର ରୋକିବା ପାଇଁ ୧୪ ରୁ ୧୫ ବର୍ଷର କିଶୋରୀମାନଙ୍କୁ ମାଗଣାରେ ଟିକା (Vaccination) ଦିଆଯାଉଛି ବୋଲି କହିଥିଲେ। ଏହି ଟିକା ପାଇଁ ପୂର୍ବରୁ ୧୦,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ସରକାର ଏହାକୁ ସମସ୍ତ CHC ରେ ମାଗଣାରେ ଉପଲବ୍ଧ କରାଉଛନ୍ତି।
ଉକ୍ତ ବୈଠକ ରେ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଜିଲ୍ଲା ପରିଷଦ ଜୋନର ସଦସ୍ୟ/ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।

