Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦିପହରେ ହାତୀ ଆକ୍ରମଣରେ ନାଏକ ସରପଞ୍ଚଙ୍କ ପିତାଙ୍କ ମୃତ୍ୟୁ

ସମ୍ବଲପୁର:ପଡିଆବାହାଲ ଅଞ୍ଚଳରେ ଦିନ ଦିପହରେ ହାତୀ ଆକ୍ରମଣରେ ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାର ଶିକାର ହୋଇଛନ୍ତି ବାହାମ ପଞ୍ଚାୟତ ର ନାଏକ ସରପଞ୍ଚ ଶୋଭାରାମ ସୁନାଙ୍କ ବାପା ଏକାଦଶୀଆ ସୁନା।
ମିଳିଥିବା ସୂଚନା ଅନୁସାରେ ପଧାନପାଲି ମୌଜା ଅନ୍ତର୍ଗତ ପାତ୍ରେନଟୁଟା (ପୂଖୁରାମୁଣ୍ଡା)କୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦୁଇଟି ହାତୀ ଥିବା ଦେଖି ସେ ଦୌଡ଼ି ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତା ହାତୀଟି ଶୁଣ୍ଢରେ ମାରି ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାହାର ମୃତ୍ୟୁ ହୋଇଯାଇଥିଲା। ଖବର ପାଇଁ ପଡିଆବାହାଲ ଫରେଷ୍ଟ ରେଞ୍ଜର ସୁନୀଲ ଖିଲାରୀ, ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଭୀମସାର କୁ ପଠାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ