Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା

ଭୁବନେଶ୍ବର: ବଢିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ରାଜ୍ୟରେ ପ୍ଲସ୍-୨ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।
ଏହା ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସେ କହିଛନ୍ତି ପ୍ଲସ୍-୨ ରେ ସିଟ୍ ବୃଦ୍ଧି ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ।

ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ୍ ପରୀକ୍ଷାରେ ଅଧିକ ପାସ୍ ପ୍ରତିଶତକୁ ଦୃଷ୍ଟିରେ ରଖି ସିଟ୍ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଅନୁଯାୟୀ ସିଟ୍ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ବ୍ୟତୀତ ସରକାର ମଧ୍ୟ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୋଟ ୧୦୬ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ