ନିଆରା ପରମ୍ପରା :କିନ୍ନର ପାଳିଲେ ସାଵିତ୍ରୀ ବ୍ରତ
ସମ୍ବଲପୁର:ସମ୍ବଲପୁର କିନ୍ନର ସଭାପତି ବିନ୍ଦିଆ ମା ଙ୍କ କହିବା ଅନୁଯାୟୀ ନାରୀ ମାନେ ଯେମିତି ତାଙ୍କ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ଅମାବାସ୍ୟା ପାଳନ କରିଥାନ୍ତି, ଠିକ୍ ସେମିତି କିନ୍ନର ମାନେ ମଧ୍ୟ ତାଙ୍କ ଗୁରୁ ହିଁ ମାଆ, ବାପା, ସ୍ୱାମୀ ସବୁକିଛି, ସେଥିପାଇଁ ଗୁରୁଙ୍କ ଦୀର୍ଘାୟୁ କାମନା ପାଇଁ ଏହି ବ୍ରତ ପାଳନ କରିଥାନ୍ତି।
ବରେଇପାଲି, ତେତେଲ ପଡ଼ା, ସ୍ଥିତ ଏକ ଅସ୍ତ ଗଛ ତଳେ ଏହି ବ୍ରତ ପାଳନ କରିଥିଲେ।
ଏଥିରେ ବିନ୍ଦିଆ ମା, ଚାନ୍ଦିନୀ, ସିମରନ୍, ରାଜେଶ୍ୱରୀ, ଶାନ୍ତି, ତାରା, ପ୍ରିୟା, ରଞ୍ଜିତା, ଖୁସି, ଲଭଲି, ଶୋନାଚି, ତୁଳସୀ, ରାନୀ, ମାମି, ନୈନା, ଶ୍ରୀ, ଭୂମି,ସୋନିଆ, ରାକ୍ଷୀ, ପଂଖୁଡ଼ି, ରୁଚି, ଉର୍ବଶୀ, ସମ୍ବଲପୁର ର ସବୁ କିନ୍ନର ମିଶି ବ୍ରତ ପାଳନ କରିଥିଲେ।

