ଗୁରୁନାନକ ପବ୍ଲିକ ସ୍କୁଲ୍–ଗୋପାଳମାଳ ରାସ୍ତାର ସଫେଇ ଅଭିଯାନ
ସମ୍ବଲପୁର:ଆସନ୍ତା ଶୀତଳ ଷଷ୍ଠୀ ପର୍ବକୁ ଦୃଷ୍ଟିରେ ରଖି ଆଜି ଗୁରୁନାନକ ପବ୍ଲିକ ସ୍କୁଲ୍–ଗୋପାଳମାଳ ରୋଡ୍ରେ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଟିମ୍, ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଏବଂ ବିଭିନ୍ନ ଲାଇନ ବିଭାଗଙ୍କ ସହଯୋଗରେ ଏକ ବ୍ୟାପକ ସଫେଇ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା।
ଏହି ସ୍ୱଚ୍ଛତା ଅଭିଯାନ ସମୟରେ ମହାନଗର ନିଗମ କମିଶନର ରୋହନ କ୍ଷେତ୍ରୀ ନିଜେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ। ଏହା ସହ ଠାକୁରପଡ଼ା ଷଷ୍ଠୀ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
ଶୀତଳ ଷଷ୍ଠୀ ଯାତ୍ରାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ରାସ୍ତା ଓ ନାଳ ସଫାସୁତରା, ଆବର୍ଜନା ଅପସାରଣ ଏବଂ ପରିବେଶ ସୁନ୍ଦରୀକରଣ କାର୍ଯ୍ୟ କରାଯାଇଥିଲା।

