ସମ୍ବଲପୁର ବିଜେପି ଅନୁସୂଚିତ ଜନ ମୋର୍ଚ୍ଚାର ନୁଆଁ କମିଟି
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ବିଜେପି କୁ ଆହୁରି ମଜଭୁତ ଓ ସକ୍ରିୟ କରିବା ପାଇଁ ନିୟମିତ ଭାବେ ସଂଗଠନ ବିସ୍ତାର କାର୍ଯ୍ୟ ଚାଲୁଛି । ଏହି ମର୍ମ ରେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଙ୍କ ଅନୁମୋଦନ କ୍ରମେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବେଣୁଧର ପ୍ରଧାନ ଆଜି ତାଙ୍କର ଟିମ ଘୋଷଣା କରିଛନ୍ତି।
ତାଲିକା ଅନୁସାରେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ଉପସଭାପତି ଭାବେ ପ୍ରଶାନ୍ତ ମିର୍ଦ୍ଧ, ଗୁଣନିଧି ଓରମ୍, ଇଂ. ବିନୋଦ ବାଗ, ଦିଲେଶ୍ୱର୍ ଭୋଇ, ମନ୍ଦିପ ଖଡ଼ିଆ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦେବାଶିଷ ଭୋଇ, ଦଶରଥ ଓରାମ ଙ୍କୁ ସାଧାରଣ ସମ୍ପାଦକ, ସୁବନ୍ତି ଭୋଇ, ଦୁଷ୍ମନ୍ତ ମିର୍ଦ୍ଧା, କେତକୀ ବାଘ୍, କାଳିଆ ମିର୍ଦ୍ଧା, କାନ୍ତି ମେହେର ଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ବେଣୁଧର ପ୍ରଧାନ ସୂଚନା ଦେଇଛନ୍ତି।

