ଓଡ଼ିଶାରେ ହେବ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ; ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଜୁନ୍ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବ ପ୍ରଥମ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହା ପ୍ରଥମ ଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି। ରାଜଧାନୀ ଭୁବ‌‌ନେଶ୍ବର ଓ ରାଉରକେଲାରେ ଖେଳାଯିବାକୁ ଥିବା ଆଗାମୀ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍ କିଣିଛନ୍ତି।

ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ ଅଲ-ଇଣ୍ଡିଆ ଫୁଟବଲ ଫେଡେରେଶନର ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଚାରି ଦେଶ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଚାରିଦେଶୀୟ ଟୁର୍ଣ୍ଣାମେଣ୍ଟ ‌ରେ ଭାରତ, ଲେବାନନ୍, ମୋଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ।

ଏହି ଅବସରରେ “ଓଡିଶାବାସୀଙ୍କ ମଧ୍ୟରେ ଫୁଟବଲ ପ୍ରତି ବହୁତ ଭଲପାଇବା ଅଛି। ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିବା ଆମ ପାଇଁ ଆଉ ଏକ ସମ୍ମାନ ଏବଂ ଏହା ନିଶ୍ଚିତ ଭାବରେ ରାଜ୍ୟ ତଥା ଭାରତର ବହୁ ଫୁଟବଲ ପ୍ରଶଂସକଙ୍କୁ ଉତ୍ସାହିତ କରିବ। ମୁଁ ଦଳମାନଙ୍କୁ ଶୁଭକାମନା ଜଣାଉଛି ଏବଂ ଉନ୍ନତମାନର ଫୁଟବଲ ଦେଖିବା ପାଇଁ ପ୍ରଶଂସକଙ୍କୁ ବହୁ ସଂଖ୍ୟାରେ ଉତ୍ସାହିତ କରିବାକୁ ଚାହୁଁଛି ବୋଲି ନବୀନ କହିଛନ୍ତି।