Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଥ ସ୍ତରୀୟ ଅଧିକାରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ ଶିବିରଜାମଗାଁ, ୨୯/୫ (ଆପ୍ର): ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଗୁଡିକରେ ବିଏଲଓ, ସେମାନଙ୍କ ସୁପରଭାଇଜର, ସ୍ୱେଛାସେବୀ ଏବଂ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ଯୋଗଦେଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି, ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଏଲଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ ଓ ସଂଗ୍ରହ କରିବା, ଫର୍ମ ପୂରଣ ପ୍ରଣାଳୀ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ବିଏଲଓ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ସମସ୍ତ ବ୍ଲକବାସୀ ସକ୍ରିୟ ଭାବେ ସହଭାଗୀ ହୋଇ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ଯେଭଳି ବାଦ୍ ନ ପଡ଼ିବ ସେ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରା ଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୂରୁଆଙ୍କ ସମେତ ଜାମଗାଁରୁ ପଞ୍ଚଗାଁ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତର ବିଏଲଓ, ସୁପରଭାଇଜର ଓ ବିଭିନ୍ନ ଦଳର ବୁଥ ସ୍ତରୀୟ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଭିକମପାଲିରେ ଆୟୋଜିତ ଶିବିରରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମୟନ୍ତୀ ପଟେଲ ଏବଂ କନକତୋରାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଝାରସୁଗୁଡ଼ା ୨୯/୫ (ଓଡ଼ିଶା ନ୍ୟୁଜ୍): ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଗୁଡିକରେ ବିଏଲଓ, ସେମାନଙ୍କ ସୁପରଭାଇଜର, ସ୍ୱେଛାସେବୀ ଏବଂ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ।
ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ଯୋଗଦେଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି, ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଏଲଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ ଓ ସଂଗ୍ରହ କରିବା, ଫର୍ମ ପୂରଣ ପ୍ରଣାଳୀ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ବିଏଲଓ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି।
ଏହି ପ୍ରକ୍ରିୟାରେ ସମସ୍ତ ବ୍ଲକବାସୀ ସକ୍ରିୟ ଭାବେ ସହଭାଗୀ ହୋଇ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ଯେଭଳି ବାଦ୍ ନ ପଡ଼ିବ ସେ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରା ଯାଇଥିଲା।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୂରୁଆଙ୍କ ସମେତ ଜାମଗାଁରୁ ପଞ୍ଚଗାଁ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତର ବିଏଲଓ, ସୁପରଭାଇଜର ଓ ବିଭିନ୍ନ ଦଳର ବୁଥ ସ୍ତରୀୟ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।
ସେହିପରି ଭିକମପାଲିରେ ଆୟୋଜିତ ଶିବିରରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମୟନ୍ତୀ ପଟେଲ ଏବଂ କନକତୋରାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ