Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ରେ ଜଣେ ମୃତ

ବାଲିଗୁଡା,ତା, ୩୦/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ର ଗଣ୍ଡାଯୋଡି ଛକ ନିକଟ ବରଗଛ ପାଖରେ ରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଛି | ଅନ୍ୟ ଏକ ମୋଟର ସାଇକେଲ ରେ ଦୁଇଜଣ ଥିଲେ କିନ୍ତୁ ଦୁର୍ଘଟଣା ଘଟିବା ପରେ ସେମାନେ ଦୁର୍ଘଟଣା ସ୍ଥାନରୁ ଉଠି ତରବରିଆ ଭାବରେ ମୋଟର ସାଇକେଲ ରେ ପଳେଇଲେ କିନ୍ତୁ ଅନ୍ୟ ଏକ ମୋଟରସାଇକେଲ ଆରୋହୀ ଘଟଣା ସ୍ଥଳରେ ପଡିଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ସାଙ୍ଗେ ସାଙ୍ଗେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତ | ମୃତକ ଜଣଙ୍କ ସୁଡ୍ରା ଗ୍ରାମର ସାନନ୍ଦ ଦିଗାଲ (୪୦) ବୋଲି ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ