Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା, ତା, ୦୧/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ସମରକପ ୨୦୨୬ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟିତ ଉତ୍ସବ ରେ ସଂଘର ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଶେଷ ତଥା ଉଦଯାପିତ ଉତ୍ସବ ରେ ଅତିଥି ଭାବେ ସ୍ଥାନୀୟ ସହକାରୀ ଜିଲ୍ଲାପାଳ ସଞ୍ଜୀବ ରୂପା ମାଝୀ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳ ଆରମ୍ଭ କରିଥିଲେ l ସନ୍ଧ୍ୟା କାଳୀନ ଏହି ପ୍ରତିଯୋଗିତାରେ ୬୫ ଜଣ ବାଳକ ଓ ପୁରୁଷ ଭାଗ ନେଇଥିବା ବେଳେ ୧୫ଜଣ ବାଳିକା ଓ ମହିଳା ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ମହିଳା ସିଙ୍ଗଲ ଫାଇନାଲ ରେ ନୈନା ମଲିକ ବିଜୟୀ ହୋଇଥିବା ବେଳେ ରନର ଭାବେ ଜୟଶ୍ରୀ ମଲିକ, ବରିଷ୍ଠ ପୁରୁଷ ସିଙ୍ଗଲ ଫାଇନାଲ ରେ ଦିବ୍ୟ ପ୍ରକାଶ ସାହୁ, ରନର ଭାବେ ବଳିଆ ସାହୁ, ମାଷ୍ଟର ସିଙ୍ଗଲ ଫାଇନାଲ ରେ ସଞ୍ଜୀବ, ରନର ଭାବେ ରୂପକ, ମାଷ୍ଟର ଡବଲ ଫାଇନାଲ ରେ ସଞ୍ଜୀବ ଓ ରୂପକ, ରନର ଭାବେ ଅମରନାଥ ଓ ଗଙ୍ଗାଧର, ସିନିୟର ଡବଲ ଫାଇନାଲ ରେ ସୌମ୍ୟ ଓ ଦିବ୍ୟ, ରନର ଭାବେ ଦେବେନ୍ଦ୍ର ଓ ଆଦିତ୍ୟ, ଏବଂ ୧୭ ବର୍ଷୀୟ ଡବଲ ଫାଇନାଲ ରେ ସାଇ ଶଙ୍କର ଓ ଅଙ୍କିତ ବିଜୟୀ ହୋଇଥିବା ବେଳେ ସ୍ମୃତି ଓ ଆଲୋକ ରନର ଭାବେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଏଥିରେ ସଂଘ ର ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ଏବଂ କୋଷାଧକ୍ଷ ରଞ୍ଜିତ କୁମାର ମହାନ୍ତି ଓ ଗଙ୍ଗାଧର ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ