Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ପଞ୍ଚାୟତ ପ୍ରିମିୟର ଲିଗ୍ କ୍ରିକେଟ ର ସପ୍ତମ ଦିବସରେ କ୍ରିକେଟ ଷ୍ଟାର ଇଲେଭେନ ଓ ଏ ୱାନ ଷ୍ଟ୍ରାଇକର ବିଜୟୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳୀପାଳି ଖେଳ ପଡ଼ିଆ ରେ ହେଉଥିବା ପ୍ରଥମ କେନଝିରିଆପାଲି ପ୍ରିମିଅର ଲିଗ୍ କ୍ରିକେଟ ସୋମବାର ଥିଲା ସପ୍ତମ ଦିବସ l ପ୍ରଥମ ମ୍ୟାଚ୍ -ଷ୍ଟାର ଇଲେଭେନ ଓ ପଞ୍ଚାୟତ ଟାଇଗର ମଧ୍ୟରେ ହୋଇଥିବା ବେଳେ ଷ୍ଟାର ଇଲେଭେନ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮ୱିକେଟ ହରାଇ ୧୨୭ରନ୍ ସଂଗ୍ରହ ବିଜୟୀ ହୋଇଥିଲା | ପଞ୍ଚାୟତ ଟାଇଗର ୬ ଓଭର ୫ବଳ ରେ ୧୦ ୱିକେଟ୍ ହରାଇ ୭୬ରନ କରି ପରାସ୍ତ ହୋଇଥିଲା ଅପରାହ୍ନ ରେ ହୋଇଥିବା ଦ୍ୱିତୀୟ ମ୍ୟାଚ୍ – ଏ ୱାନ ଷ୍ଟ୍ରାଇକର ଓ ଇଲେଭେନ ଷ୍ଟାର ମଧ୍ୟରେ ହୋଇଥିଲା l ଏଥିରେ ପ୍ରଥମେ ଏ ୱାନ ଷ୍ଟ୍ରାଇକର ବ୍ୟାଟିଂ କରି ୮ଓଭର ରେ ୪ ୱିକେଟ୍ ହରାଇ ୧୧୬ରନ କରିଥିଲା I ଜବାବରେ ଇଲେଭେନ ଷ୍ଟାର ୮ ଓଭରରେ୮ ୱିକେଟ୍ ହରାଇ ୮୪ରନ୍ କରି ପରାସ୍ତ ହୋଇଥିଲା I ପ୍ରଥମ ମ୍ୟାଚ୍ ର ବିଜେତା ଷ୍ଟାର ଇଲେଭେନ ଦଳ ର ଅଂଶୁମାନ ଓ ଦ୍ୱିତୀୟ ମ୍ୟାଚ୍ ର ବିଜେତା ଦିବ୍ୟକାନ୍ତ ଦେହୁରୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ରେ ପୁରସ୍କୃତ କରାଯାଇଥିଲା l ମ୍ୟାଚ ଗୁଡିକରେ ସୁଶାନ୍ତ ମେଣ୍ଡିଲି ଓ ଅଶ୍ୱିନୀ କୁମାର ସାହୁ ଅମ୍ପାୟର , ସିଦ୍ଧାନ୍ତ ନାଏକ ଅଫ ଲାଇନ ସ୍କୋରିଙ୍ଗ ଓ ସମ୍ବିତ ଆଡଜୁଆଳି ଅନ ଲାଇନ୍ ସ୍କୋରିଙ୍ଗ କରିଥଲେ। କେନଝିରିଆପାଲି ପଞ୍ଚାୟତ ପ୍ରିମିୟର ଲିଗ ସମସ୍ତ ମେମ୍ବର ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ