Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସମାବେଶ:ବୋନସ ଦୟାର ନୁହେଁ ହକର,ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ରାଜ୍ୟ ସଭାପତି ବିଜୟ ମହାନ୍ତି ଙ୍କ ଆହ୍ଵାନ କ୍ରମେ ସମ୍ବଲପୁର ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଲକ୍ଷ୍ମୀ ଟକିଜ ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଶୋଭାଯାତ୍ରା ମାଧ୍ୟମରେ ଗୋଲବଜାର, ପିରବାବା ଛକ ଦେଇ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ବିଜୟ ମହାନ୍ତି ଏହି ସଭାରେ ସଭାପତିତ୍ବ କରି ବିଭିନ୍ନ ଦାବୀ ଉପସ୍ଥାପନା କରିବା ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତ୍ତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଥିଲେ ମଧ୍ୟ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଣ୍ଟନ ବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ବୋନସ ଦିଆ ଯାଇନାହିଁ। ଏହା ଫଳରେ କେନ୍ଦୁପତ୍ର ତୋଳାଳୀ, ସିଯିନାଲ୍ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆର୍ଥିକ ସହାୟତା ନାମରେ ଦିଆ ଯାଇଥିବା ୧୦୦୦ ଟଙ୍କା ଏବଂ ୧୫୦୦ ଟଙ୍କା କୁ ସରକାର ନିଜର ରସକୋଷ ରୁ ଦେଲେ ସଂଘ ତାକୁ ସ୍ଵାଗତ କରିବ କିନ୍ତୁ ବୋନସ ନ ଦେଇ କେନ୍ଦୁପତ୍ର ର ଲାଭାଂଶ ରୁ ଆର୍ଥିକ ସହାୟତା ଦେବା ଯୋଗୁଁ ଲକ୍ଷ୍ୟ ଲକ୍ଷ୍ୟ ତୋଳାଳୀ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ସହିତ କନ୍ୟା ବିବାହ ପାଇଁ ୫୦୦୦୦ଟଙ୍କା ସମଜିକ ନିରାପତ୍ତା ସହାୟତା, ଦୀର୍ଘ ୫ ବର୍ଷ ହେଲା ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି କରା ନ ଯିବା ଯୋଗୁଁ ହଜାର ହଜାର କର୍ମଚାରୀ ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଏଣୁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା ପାଇଁ ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତରିଆ ଭାବରେ ଅଛି, ଚୂଡାନ୍ତ ହୋଇ ପାରିନାହିଁ, ଏହାକୁ ଅତିଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇଛି। ଥରେ ବୋନସ ଦେବା ବନ୍ଦ ହୋଇଗଲେ ଭବିଷ୍ୟତ ପାଇଁ ରହିବ ନାହିଁ। ଯାହାକି କେନ୍ଦୁପତ୍ର ଶ୍ରମିକର ହକ ଓ ଅଧିକାର। ଆମେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ଦୟାର ପାତ୍ର ନ ହୋଇ ପୂର୍ବ ଅଧିକାର କୁ ସାବ୍ୟସ୍ତ କରିବା, ଏବଂ KLDB ବୋର୍ଡ ର (ଯେଉଁ ବୋର୍ଡ ର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି) ମତାମତ ନ ନେଇ ଏକଚାଟିଆ ଭାବରେ ନିଆ ଯାଉଥିବା ବିଭିନ୍ନ ନିଷ୍ପତି ଓ ଘୋଷଣା ଶ୍ରମିକ ମାନଙ୍କ ହିତ ବିରୋଧରେ ଯାଉଥିବା ଯୋଗୁଁ ଏହା କୁ ବିରୋଧ କରିବା ସହ ତୁରନ୍ତ KLDB ବୈଠକ ଆହ୍ଵାନ ପାଇଁ ଦାବୀ କରୁଛୁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। କେନ୍ଦୁପତ୍ର ଉପରେ ଲଗାଯାଇଥିବା ଜି ଏସ ଟି ଉଚ୍ଛେଦ ସହ କେନ୍ଦୁପତ୍ର ସଂସ୍ଥା ର ଘରୋଇକରଣ କରିବା ରୁ ସରକାର ନିବୃତ ରହିବା ପାଇଁ ଦାବୀ ହୋଇଥିଲା।ସଂଘ ସମ୍ପାଦକ ତଥା କେନ୍ଦୁପତ୍ର ୱେଲଫ୍ୟାର୍ ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ତୋଳାଳୀ ଏବଂ କର୍ମଚାରୀଙ୍କ ଦାବୀ କୁ ନ୍ୟାର୍ଯ୍ୟ ଦାବୀ ବୋଲି କହିବା ସହ ସମସ୍ତ ଦାବୀ ପୂରଣ ପାଇଁ ସରକାରଙ୍କ ଠାରେ ଦୃଢତାର ସହିତ ଉତ୍ଥାପନ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ଉପସଭାପତି ଗୋକୁଳ ମେହେର ତୋଳାଳୀ କର୍ମଚାରୀ ମାନଙ୍କ ସମସ୍ୟା ବିଧାନସଭା, ଲୋକସଭା ରେ ଉତ୍ଥାପନ କରୁନଥିବା ଲୋକ ପ୍ରତିନିଧିଙ୍କୁ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦିଆଯିବ ବୋଲି ଚେତାବନୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ