ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ


ଭୁବନେଶ୍ବର: ଆଜି ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦିନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ। ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍‌ରେ ପାଇପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ ପାଇପାରେ। ଏ ନେଇ ଭଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ, ପକ୍ଷରୁ ସୂଚନା ଦିଆଯାଇଛି ।

ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିଲା ଯୁକ୍ତ ପରୀକ୍ଷା। ଏପ୍ରିଲ୍ ୫ ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା । ଏପଟେ ଯୁକ୍ତଦୁଇ ପ୍ରଥମ ବର୍ଷର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇସାରିଛି।