Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ସପ୍ତଦୀପା ସାହିତ୍ୟ ସଂସଦର ୧୦୯ତମ ସାରସ୍ଵତ ସମାରୋହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମଙ୍ଗଳବାର ଦିନ ସପ୍ତଦୀପା ସାହିତ୍ୟ ସଂସଦ ର ୧୦୯ତମ ଭ୍ରାମ୍ୟମାଣ ସାରସ୍ଵତ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି ଦ୍ୱୀତିକୃଷ୍ଣ ପଣ୍ଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପକାରାଗାର ର ଅଧିକ୍ଷକ ଅଞ୍ଜଳି ପଟେଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ କବି ଓ ଲେଖକ ପ୍ରକୃତିର ଉପାସକ। ସେମାନଙ୍କ ଲେଖନୀ ଓ କବିତା ମାଧ୍ୟମରେ ପ୍ରକୃତିର ଭାବନାକୁ ନିଖୁଣ ଭାବରେ ପରିପ୍ରକାଶ କରିଥାନ୍ତି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଏଣୁ କବି ଓ ଲେଖକ ମାନଙ୍କ ଯୋଗୁଁ ପ୍ରକୃତି ଶୋଭା ବର୍ଦ୍ଧନ ହୋଇଥାଏ। ଏହା ସହିତ ଭାଷା ଓ ସଂସ୍କୃତିର ସୁଦୃଢ଼ ହୋଇପାରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ଶିକ୍ଷାବିତ ଭଗବାନ ମିଶ୍ର ଯୋଗଦେଇଥିଲେ ।ସୁକାନ୍ତ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଗବେଷକ ତଥା ସାହିତ୍ୟିକ ଡ଼ ଅନିରୁଦ୍ଧ କୁରକୁରିଆ ସ୍ବାଗତ ସମ୍ଭାଷଣ ଦେଇଥିଲେ । ଲକ୍ଷ୍ମୀନାରାୟଣ ସାହୁ ଓ ଆକୃର ହୋତା ଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁକାନ୍ତ ସାହୁ, ଅନ୍ତର୍ଯ୍ୟାମୀ ରଥ,ଡ଼ ରାଧେଶ୍ୟାମ ପଣ୍ଡା, ଜ୍ୟୋତିଲାଲ ନନ୍ଦ, କିଶୋର ହୋତା, ବଳରାମ ଦାସ, ପ୍ରହଲ୍ଲାଦ ନାଏକ, ଭଗବାନ ବାଘ, ଡ.ଅନିରୁଦ୍ଧ କୁରିକୁରିଆ, ଧ୍ରୁବଚରଣ କ୍ଷେତି, ଅକୃର ହୋତା, ଅକ୍ଷୟ ରାଏ, ଦ୍ଵୀତିକୃଷ୍ଣ ପଣ୍ଡା, ସତ୍ୟ ଚାନ୍ଦ, ସନ୍ତୋଷ କୁମାର , ଯୁଗଳ କିଶୋର ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ କବି କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଶୁକାନ୍ତ ସାହୁଙ୍କ ତରଫରୁ ସମସ୍ତଙ୍କ ପାଇଁ ଜଗନ୍ନାଥ ମନ୍ଦିରରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ମାସରେ ଉଲୁଣ୍ଡା ବ୍ଳକ ବାଘପାଲି ସ୍ଥିତ ଚନ୍ଦ୍ର ମଣି ମଠ ପରିସରରେ ଉକ୍ତ ସଂସଦର ୧୧୦ ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଓ ଏହାର ଦାଇତ୍ୱ ଡ଼ ଅନିରୁଦ୍ଧ କୁରକୁରିଆ ନିର୍ବାହ କରିବେ ବୋଲି କମିଟୀ ତରଫରୁ ସୂଚନା ଦିଆଯାଇଛି ।