Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମିଶନ ଶକ୍ତି ସଭାଗୃହ ଠାରେ ଆଜି ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟ ଚାଷୀ ମାନଙ୍କୁ ନେଇ ଏକ ଦିବାସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ବୁଧବାର ବ୍ଲକ ମତ୍ସ୍ୟ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ପରିଡାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ତାଲିମ ଶିବିରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ମତ୍ସ୍ୟ ଚାଷ ରେ ଅଧିକ ଲାଭ ରହିଥିବାର ପ୍ରକାଶ କରିଥିଲେ l ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ତ୍ରିଲୋଚନ ସେଠି ଏବଂ ଶ୍ରବଣ କୁମାର କହଁର ଉପସ୍ଥିତ ହିତାଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ସୁବ୍ରତ କୁମାର ବସ୍ତିଆ ପରିଚାଳନା କରିଥିଲେ l ଆଲିଶା ନାୟକ ପଞ୍ଜିକରଣ ଦାଇତ୍ୱ ତୁଲାଇ ଥିଲେ l ଶତାଧିକ ସ୍ୱୟଂ ସହାୟକ ମହିଳା ଏବଂ ମତ୍ସ୍ୟ ଚାଷୀ ତାଲିମ ଗ୍ରହଣ କରିଥିବାବେଳେ ମିଶନ ଶକ୍ତି ଗୋଷ୍ଠୀ ସହାୟିକା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ