ସରକାରୀ କର୍ମଚାରୀଙ୍କ ଲାଗି ବଡ ଘୋଷଣା; ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ


ଭୁବନେଶ୍ବର: ଏଣିକି ଚାକିରିରେ ଥିବା ବେଳେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା। ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ସଂପର୍କିତ ପ୍ରସ୍ତାବକୁ ମଳିଛି ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।

ଚାକିରିରେ କାର୍ଯ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ ଟଙ୍କା। ପୂର୍ବରୁ ଏହି ସହାୟତା ରାଶି ୪ ଲକ୍ଷ ଟଙ୍କା ଥିଲା। ଏହା ବର୍ତ୍ତମାନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି କୌଣସି ଦୁର୍ଘଟଣା ବା ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ପୂର୍ବରୁ ଏହି ରାଶିର ପରିମାଣ ୨ ଲକ୍ଷ ଥିଲା। ଏହାସହିତ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।