Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉଲୁଣ୍ଡା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ କୋଟସମଲାଇ ଠାରେ ପ୍ରସିଦ୍ଧ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବା ପାଇଁ ଆଜି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୁରୁବାର ପ୍ରାରମ୍ଭରେ ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ l ଆସନ୍ତା ଜୁନ୍ 29 ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ 14 ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ 16 ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ 17 ଆଡପ ପହଣ୍ଡି, ଜୁଲାଇ 20 ହେରାପଞ୍ଚମୀ, ଜୁଲାଇ 24 ବାହୁଡା ଯାତ୍ରା,ଜୁଲାଇ 25 ରାଜରାଜେଶ୍ଵର (ସୁନା) ବେଶ,ଜୁଲାଇ 26 ଅଧର ପଣା ଏବଂ ଜୁଲାଇ 27 ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ହେବ ବୋଲି ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀ ସୂଚନା ଦେଇଥିଲେ l ଯାତ୍ରା ସମୟରେ ଟ୍ରାଫିକ ସମସ୍ଯା,ଶୃଙ୍ଖଳା ଓ ସୁରକ୍ଷା କୁ ବିଶେଷ ଗୁରୁତ୍ଵ ଦେବା ପାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ହେମନ୍ତ କୁମାର ରାଓ ନିଜର ମତ ରଖିଥିଲେ I ଟ୍ରଷ୍ଟ ତରଫରୁ ଅତିକମରେ ଦୁଇ ପ୍ଲାଟୁନ୍ ପୋଲିସ ଦେବା ପାଇଁ ଦାବୀ କରାଯାଇଛି I ଯାତ୍ରା ସମୟରେ ସ୍ଵଚ୍ଛତା, ପାନୀୟ ଜଳ,ବିଦ୍ୟୁତ୍ ,ସ୍ୱାସ୍ଥ୍ୟ ସେବା, ଅଗ୍ନି ସମ ସେବା ,ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା l ପ୍ରତ୍ୟେକ ବିଭାଗରେ ନିଜ ନିଜ ଶ୍ରେଷ୍ଠ ସେବା ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ବିଡିଓ ଉଲୁଣ୍ଡା ଶ୍ରୀ ଦିଲ୍ଲୀପ କୁମାର ବାରା, ତହସିଲଦାର ଉଲୁଣ୍ଡା ଶ୍ରୀମତୀ ମମତା ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ,ଆସିଷ୍ଟାଣ୍ଟ କଲେକ୍ଟର ଅଜିତ କୁମାର ମିର୍ଦ୍ଧା , ଡେପୁଟି କଲେକ୍ଟର ଶୁଭମ୍ ଶତପଥୀ, ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ପୋଲିସ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ବିଦ୍ୟୁତ୍ , ଅଗ୍ନିସମ , ସୂଚନା ଓ ଲୋକସମ୍ପର୍କ ଆଦି ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ