Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗାଡ଼ି ଦୁର୍ଘଟଣାଗ୍ରସ୍ତ ।

ବଲାଙ୍ଗୀର,୧୯।୬: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସମ୍ବଲପୁରରୁ ମୟୂରଭଞ୍ଜ ଅଭିମୁଖେ ଯାଉଥିଲେ। ଏହି ସମୟରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଥିବା ଏକ ହମ୍ପସ (ସ୍ପିଡ୍ ବ୍ରେକର) ପାଖରେ ଆଗରେ ଯାଉଥିବା ପାଇଲଟିଂ ଗାଡ଼ିଟି ହଠାତ୍ ବ୍ରେକ୍ ମାରିଥିଲା। ଫଳରେ ମନ୍ତ୍ରୀଙ୍କ କାର୍‌ଟି ନିୟନ୍ତ୍ରଣ ହରାଇ ସମ୍ମୁଖରେ ଥିବା ପାଇଲଟିଂ ଗାଡ଼ି ପଛରେ ଜୋର୍ ରେ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ଦୁର୍ଘଟଣା ସମୟରେ ଗାଡ଼ିର ସୁରକ୍ଷା ବେଲୁନ୍ (ଏୟାରବ୍ୟାଗ୍) ଠିକ୍ ସମୟରେ ଖୋଲିଯାଇଥିବାରୁ, ଭିତରେ ଥିବା ମନ୍ତ୍ରୀ ଓ ଅନ୍ୟ ସହଯୋଗୀମାନେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି।
ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories