Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ପିତୃ ମାତୃହୀନ ଶିଶୁ ଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଆଜି
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଉଲୁଣ୍ଡା ବ୍ଲକ ମିଶନ ଶକ୍ତି ସଭାଗୃହ ଠାରେ ପିତୃ ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କାମ୍ପ ଅନୁଷ୍ଠିତ ହୋଇଅଛି l ଶନିବାର ଏହି କାମ୍ପ ରେ ୩୨୬ ଜଣ ଶିଶୁ ଓ ମହିଳା ଉପସ୍ଥିତ ରହି କମିଟି ଆଗରେ ନିଜର ଉପସ୍ଥାପନ କରିଥିଲେ। ଶିଶୁ ମଙ୍ଗଳ କମିଟି, ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକ ଙ୍କ ପ୍ରମାଣ ପତ୍ର ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଥିଲେ l ଶିଶୁ ମାନଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ କରାଯିବା ର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମକୁ ଜିଲ୍କା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ମଙ୍ଗଳ କମିଟି ର ସଭ୍ୟ କେଶବ ଚନ୍ଦ୍ର ମେହେର, ବ୍ରଜେନ୍ଦ୍ର କୁମାର ବିଶି ଉପସ୍ତିତ ରହି ଉପସ୍ଥାପନା କାର୍ଯ୍ୟ ତୁଲାଇ ଥିଲେ l ଏହି କାମ୍ପ କୁ ଶିଶୁ ଶିଶୁ ସୁରକ୍ଷା ବିଭାଗ ର ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ମୃତୁଞ୍ଜୟ ସାହୁ, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା ଓ ଚାଇଲଡ ହେଲ୍ପ ଲାଇନ ର ଧର୍ମେନ୍ଦ୍ର ଦାସ ତଥା ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ