Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

ବଲାଙ୍ଗୀର,୨୩।୬: ପ୍ରମେୟ ନ୍ୟୁଜ୍ -୭ କଣ୍ଟାବାଞ୍ଜି ଓ ସମାଜ ଖବର କାଗଜ ର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇ ବିୟୋଗ ହୋଇଯାଇଛି । ସୂଚନା ଅନୁଯାୟୀ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ କୁଦୋଭଟା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ବିୟୋଗ ରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କାର୍ଯ୍ୟରତ ସାମ୍ବାଦିକ ସମୂହ ଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ର ସଭାପତି ସୁରଜିତ ସିଂ ସାଲୁଜା, ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ର ସଭାପତି ମୋହନ ସୋନି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ, ଦୀପକ ଯାଦବ, ପୁଷ୍ପକେତୁ ବେହେରା, ସୁରଦାସ ବାଗ, ଅଶୋକ ଖମାରୀ, ସୁଶାନ୍ତ ବେହେରା, ଡଃ ନାରାୟଣ ମିଶ୍ର, ଅନିଲ ତ୍ରିପାଠୀ, ଜୟନ୍ତ ସାହୁ, ନବୀନ ତାଣ୍ଡି, ରୋହନ ମହତ, ରାଧେଶ୍ୟାମ ମେହେର, ସୁଶାନ୍ତ ଅନାପତି, ଏସ କେ ସମିମ, ପ୍ରମୋଦ ବେହେରା, ବଂଶୀ ବେହେରା, ତ୍ରିନାଥ ସାହୁ, ଗ୍ରୀତମ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶୋକ ସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ରଖିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେମାନେ କାମନା କରିଛନ୍ତି ।
ଏଥିରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଅଂଚଳର ବହୁ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories