Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ଶୁଣ୍ଢି ସମାଜର ବିରାଟ ସମ୍ମିଳନୀ… ଯୋଗଦେଲେ ରାଜ୍ୟ ଓ କେନ୍ଦ୍ର ସଭାପତି…

ଲକ୍ଷ୍ମୀପୁର, ୨୪। ୦୬ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶୁଣ୍ଢି ସମାଜ ପକ୍ଷରୁ ଏକ ବିରାଟ ସମ୍ମିଳନୀ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ରାମ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପହଞ୍ଚିବା ପରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।  ବ୍ଲକ ସଭାପତି ମନୋଜ କୁମାର ସାହୁଙ୍କ  ପୌରହିତ୍ୟରେ ଅନୁଷ୍ଠିତ  କାର୍ଯ୍ୟକ୍ରମ ରେ ମାଲକାନଗିରି, ରାୟଗଡା, ନବରଙ୍ଗପୁର ବ୍ରହ୍ମପୁର, ଭୁବନେଶ୍ୱର ଭଳି ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ସଭାପତି  କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।  କାର୍ଯ୍ୟକ୍ରମ ଆରମ୍ଭ ରୁ ଜଗନ୍ନାଥ ଙ୍କୁ ପୂଜାର୍ଚନା କରାଯିବା ପରେ ଦିବଂଗତ ଙ୍କ ଉଦେଶ୍ୟ ରେ ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଜିଲ୍ଲା ସଂଗଠନ ଉପଦେଷ୍ଟା ପରମେଶ୍ବର ସାହୁ ସ୍ବାଗତ ଭାଷଣ   ପ୍ରଦାନ କରିଥିଲେ। ଏଠାରେ ହଜାର ହଜାର ମହିଳା ଓ ପୁରୁଷ ମାନେ  ସାମିଲ୍ ହୋଇଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ସଭାପତି ଶିବ ରତ୍ନ ପ୍ରସାଦ ଗୁପ୍ତା, ଆନ୍ଧ୍ରପ୍ରଦେଶ  ସଭାପତି, ଜିଲ୍ଲା ମହିଳା ସମ୍ପାଦିକା ବିନ୍ଦୁ ଦେବୀ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୋଦଣ୍ଡ ଧର ଚୌଧୁରୀ, ଦକ୍ଷିଣାଞ୍ଚଳ ସଭାପତି ନିର୍ମଳ ଚନ୍ଦ୍ର ସାହୁ,ମୁଖ୍ୟ ବକ୍ତା ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ କପିଳ ବିଶୋଇ, ଜିଲ୍ଲା ମହିଳା ସଭାନେତ୍ରୀ ମମତା ଚୌଧୁରୀ, ବ୍ଲକ ସଭାନେତ୍ରୀ ଭବାନୀ ସାହୁ,  ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ନିରଞ୍ଜନ ସାହୁ, ରାୟଗଡା ଜିଲ୍ଲା ସଭାପତି ପଦ୍ମନ ଚୌଧୁରୀ, ମାଲକାନଗିରି ଜିଲ୍ଲା ସଭାପତି ପି. ପ୍ରସାଦ ରାଓ,ରାଜ୍ୟ ଉପଦେଷ୍ଟା ପ୍ରଫେସର ବସନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ , କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁଣ୍ଢୀ ସାମ୍ପ୍ରଦାୟର ଏକତା, ଶିକ୍ଷା, ସଂସ୍କୃତି ଓ ଊନ୍ନିତ ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏପରିକି ସମାଜର ତଳ ପାହାଚରେ ଥିବା ବ୍ଯକ୍ତି ବିଶେଷ ମାନଙ୍କୁ ସାହାଯ୍ୟର ହାତବଢାଇ ସେମାନଙ୍କ ବିକାଶ ଉପରୁ ଗୁରୁତ୍ବ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ତିନିଜଣ ମହିଳା ଙ୍କୁ ସ୍ୱାବଲମ୍ବୀ ପାଇଁ ରାଜ୍ୟ ସଭାପତି ବିକ୍ରମ ବାବୁ ତିନୋଟି ସିଲେଇ ମେସିନ ଓ ଶୁଣ୍ଢୀ ଭବନ ନିର୍ମାଣ ସକାଶେ ଦୁଇଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ସହ ମିଷ୍ଟାନ ବଣ୍ଟନ, ଶୁଣ୍ଢୀ ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ, ରକ୍ତଦାନ ଓ ବୃକ୍ଷ ପ୍ରଦାନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ପ୍ରିୟମ୍ବଦା ସାହୁ, ପ୍ରତିମା ସାହୁ,ହେମନ୍ତ ବିଶୋଇ, ନୀଳମାଧବ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ  ବଳିଆ ବିଶୋଇ, ପ୍ରଫୁଲ୍ଲ ସାହୁ, ତ୍ରିନାଥ ସାହୁ, ମୁକୁନ୍ଦ ବିଶୋଇ ଙ୍କ ସହ ଅନେକ ଯୁବ ପିଢ଼ି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories