ଘରେ ପଶି ସୁନା ଓ ରୂପା ଗହଣା ଚୋରି କରିବା ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା କଟଙ୍ଗପାଣି ବଦକାଛାର ଗାଁର ସଞ୍ଜୟ କିଷାନଙ୍କ ଘରୁ କବାଟ ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଚୋରି କରିବା ଅଭିଯୋଗରେ ଆଜି ଜମନକିରା ପୋଲିସ ଅଭିଯୁକ୍ତ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ କୁଲତା ସମାସିଂହାର ଅଭିଯୁକ୍ତ ଉମେଶ ଚନ୍ଦ୍ର ସାହୁ (୨୭ ବର୍ଷ) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ରଞ୍ଜନ ନାଗ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ଏନେଇ ଜମନକିରା ଥାନା କେସ୍ ନମ୍ବର ୧୧୬/ ୨୫ ବିଏନଏସ (ବିଏନ ଏସ) ଧାରା ୩୩୧(୩)/୩୦୫(ଅ) ଅଧୀନରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ପୋଲିସର ସୂଚନା ଅନୁଯାଇ, ଗତ ୨୪ ତାରିଖ ବୁଧବାର ଦିନ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼କଛାର ଗ୍ରାମର ସଞ୍ଜୟ କିସାନଙ୍କ ଘରର କବାଟ ତାଲା ଭାଙ୍ଗି ସୁନା, ରୂପା ଓ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦାୟର କରିଥିଲା। ଏତଲା କୁ ଭିତ୍ତି କରି ପୋଲିସ ତନାଘନା କରିଥିଲା। ପରେ ଜାଣିବାକୁ ପାଇଥିଲା କି, ଅଭିଯୁକ୍ତ ଘଟଣା ଦିନ ଘରେ ତାଲା ଭାଙ୍ଗି ପଡ଼ିଥିଲା ଏବଂ ଘରେ ଥିବା ଗୋଦରେଜ୍ ଆଲମାରିରୁ ଭାଙ୍ଗି ଗୋଟିଏ ସୁନା ଚେନ୍, ଗୋଟିଏ ରୂପା ମଙ୍ଗଳସୂତ୍ର, ସୁନା ମୁଦି, ୨ଟି ସୁନା ପଦକ, ଗୋଟିଏ ରୂପା ଝୁଣ୍ଟିଆ, ଗୋଟିଏ ଯୋଡ଼ା ରୂପା ପାଉଁଜି ଇତ୍ୟାଦି ସାମଗ୍ରୀ ନେଇ ପଳାଇଥିଲା। ସେ ବ୍ୟବହାର କରିଥିବା ବାଇକ୍ (ଓଡ଼ି ୨୩ ଆର୍ ୯୬୯୯)ନମ୍ବର ବିଶିଷ୍ଟ ଏକ ଆଭେଞ୍ଜର ମୋଟର ସାଇକେଲରେ ଏହି ଚୋରି କରି ଫେରାର ହୋଇଯାଇଥିଲା। ଜବତ ହୋଇଥିବା ସାମଗ୍ରୀ ଗୁଡିକ ହେଲା, ରୂପା ପାଉଁଜି ୧୭ ଖଣ୍ଡ, ରୂପା ଚେନ୍ ୧୭ ଖଣ୍ଡ, ରୂପା ଝୁଣ୍ଟିଆ/ମୁଦି ୧୪ ଖଣ୍ଡ, ରୂପା ବ୍ରେସଲେଟ(ବଲା) ୧୧ ଖଣ୍ଡ, ରୂପା ମଙ୍ଗଳସୂତ୍ର ୭ ଖଣ୍ଡ, ରୂପା ମାଳି ୧୫ ଖଣ୍ଡ, ରୂପା ଭଙ୍ଗା ପାଉଁଜି ୪ ଖଣ୍ଡ(ଏହି ସମସ୍ତ ରୂପା ଗହଣାର ମୋଟ ଓଜନ ୯୨୮ ଗ୍ରାମ) ହୋଇଥିବା ବେଳେ ସୁନା ଫୁଲି ୧ ଟି(ଓଜନ: ୧.୫ ଗ୍ରାମ), ନଗଦ ଟଙ୍କା ୨୭ ହଜାର ୭୦୦ ଟଙ୍କା ଏବଂ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ଆଭେଞ୍ଜର ମୋଟରସାଇକେଲ ଜବତ କରାଯାଇଛି। ଆଜି ଅଭିଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ରଞ୍ଜନ ନାଗ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

