Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌତୁକ ସାମଗ୍ରୀ ନେବାକୁ ଅସିଲେ ଏସଏଜି ଗ୍ରୁପରେ ଛନ୍ଧି ହେଲେ

ସମ୍ବଲପୁର : ବୈବାହିକ ସଂପର୍କରେ ଆସିଲା ତିକ୍ତତା । ସ୍ୱାମୀ ସ୍ତ୍ରୀ ରହିଲେ ଅଲଗା । ଶେଷରେ ଉଭୟ ପକ୍ଷରୁ ଥାନାରେ ଏତଲା ଡାଏର ହେଲା। ସ୍ୱାମୀ ପକ୍ଷ ଯୁଯୋମୁରା ଥାନାରେ ସ୍ତ୍ରୀ ବିପକ୍ଷରେ ଏତଲା ଦେଇଥିବା ବେଳେ ସ୍ତ୍ରୀ ପକ୍ଷରୁ ଗତ ‍ ମାସ ୧୯ ତାରିଖରେ ଚାରମାଲ ଥାନାରେ ଏତଲା ହୋଇଛି। ଚାରମାଲ ଥାନା କେଶ ନମ୍ବର ୫୬ କୁ ଆଧାର କରି ଆଜି ଯୌତୁକ ସାମଗ୍ରୀ ନେବାକୁ ସ୍ତ୍ରୀ ପରିବାର ସଦସ୍ୟ ଚାରମାଲ ଓ ଯୁଯୋମୁରା ପୋଲିସ ସହାୟତାରେ ଡଙ୍ଗରପଡାର ଘୁଡାପାଲ ଗ୍ରାମରେ ପହଞ୍ଚିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଘୁଡାପାଲ ଗ୍ରାମର ସତ୍ୟନାରାୟଣ ପ୍ରଧାନଙ୍କ ସହିତ ଚାରମାଲ ଥାନା ହଲଦୀନାଲି ଗ୍ରାମର ଟଙ୍କଧର ପ୍ରଧାନଙ୍କ ଝିଆ ମମତାମୟୀ ପ୍ରଧାନଙ୍କ ବୈଦିକ ରୀତି ନୀତିରେ ବିବାହ ହୋଇଥିଲା। ଆଜିକୁ ବିବାହର ୭ ବର୍ଷ ୪ ମାସ ପୁରିବାକୁ ଯାଉଥିବା ବେଳେ ଗତ ୮ ମାସ ତଳେ ସ୍ତ୍ରୀଙ୍କୁ ସନ୍ଦେହ କରି ଉଭୟ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇ ଶେଷରେ ଯୁଯୋମୁରା ଥାନାରେ ସ୍ତ୍ରୀଙ୍କ ସହିତ ଘୁଡାପାଲ ଜଣେ ପୁରୁଷଙ୍କୁ ନେଇ ନେଇ ଏକ ମକଦ୍ଦମା ହୋଇଛି । ସେହି କେଶରେ ଗ୍ରାମର ଯୁବକ ଫେରାର ଥିବା ବେଳେ ସ୍ତ୍ରୀ ପକ୍ଷରୁ ଦେଢ ମାସ ତଳେ ହୋଇଥିବା କେଶକୁ ନେଇ ସ୍ତ୍ରୀ ନିଜେ ଦେଇଥିବା ଯୌତୁକ ସାମଗ୍ରୀ ନେବାକୁ ଆସିଥିଲେ । ଉଭୟ ଥାନାର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଛୋଟ କିଛି ସାମଗ୍ରୀକୁ ବାଦ ଦେଇ ଚିଠା ଲିଷ୍ଟରେ ଅନୁସାରେ ସମସ୍ତ ସାମଗ୍ରୀୁକୁ ୨ ଜଣ ସାକ୍ଷୀରଖି ଜବତ କରିଛି। ସ୍ୱାମୀ ପରିବାରବି ଏଥିରେ ପୁର୍ଣ୍ଣ ସହଯୋଗ କରି ସମସ୍ତ ସାମଗ୍ରୀ ଫେରାଇ ଦେଇଥିଲେ। ଏହାପରେ ମମତା ଗାଁ ଆସିଥିବା ଖବର ପାଇ ମହିଳା ସ୍ୱୟଂ ସହାୟକ ଦଳ ଏକାଠି ହୋଇ ଘରେ ପସି ନେଇଥିବା ଋଣ ପରିଶୋଧ କରିବାକୁ କହିଥିଲେ । ପ୍ରାରମ୍ଭରେ ସେ ଋଣ ନେଇ ନଥିବା ରୋକ୍ ଠୋକ୍ ମନା କରିବା ପରେ ଅନ୍ୟ କେତେକ ମହିଳା ସେମାନଙ୍କ ଠାରୁ ହାତ ଉଧାର ନେଇଥିବା ବିଷୟରେ ଉଲ୍ଲେଖ କରି ଏହା ମାଗିବା ସହିତ ଏହି ଋଣ ପରିଶୋଧ କରିବାକୁ ମାଁ ସନ୍ତୋଷୀନି ଗ୍ରୁପ ଥାନାରେ ଏତଲା ଦେଇଥିବା ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଶେଷରେ ମମତାମୟୀ ଜୁଲାଇ ୨ ତାରିଖ ସକାଳ ୧୦ଟା ସୁଦ୍ଧା ୧୦ ହଜାର ଟଙ୍କା ଫେ୍ରାଇବା ବେଳେ ବଳକା ୧୦ ହଜାର ତାଙ୍କ ସ୍ୱାମୀ ସତ୍ୟନାରାୟଣ ଫେରାଇବାକୁ ନିଷ୍ପତ୍ତି ପରେ ଥାନା ଓଆଇସିଙ୍କ ଠାରେ ଚୁକ୍ତିପତ୍ର ଲେଖି ଦେବାପରେ ଘଟଣା ଶାନ୍ତ ପଡିଥିଲା । ତେବେ ପରକ୍ରିୟା ପ୍ରିତିକୁ ନେଇ ଉଭୟଙ୍କ ମଧ୍ୟରେ ଏଭଲି ଫାଟ ହୋଇଥିବା ନେଇ ସାରା ଗ୍ରାମରେ ଯେଉଁ ଟାହି ଟାଫରା ସାଙ୍ଗକୁ ପୋଲିସ ଉପସ୍ଥିତିରେ ମହିଳା ମାନେ ଏଭଳି ବାରମ୍ବାର କହିବା ବେଳେ ସୁପ୍ରିମ କୋର୍ଟର ଏକ ଜଜମେଣ୍ଟ କୁ ନେଇ ପୋଲିସ ବୁଝାଇବା ପରେ ଏଭଳି ଅଭିଯୋଗ ମଧ୍ୟ ଶିଥିଳ ପଡିଥିଲା । ଦୀର୍ଘ ୫ରୁ ୬ ଘଣ୍ଟା ଧରି ଏକ ଅପ୍ରିତିକର ପରିବେଶ ମଧ୍ୟରେ ସମସ୍ତ କାମ ସାରି ଯୌତୁକ ସାମଗ୍ରୀ ଧରି ସେ ଯିବା ସମୟରେ ଗ୍ରାମବାସୀ ହୁଳହୁଳୀ ଦେଇ ତାଙ୍କୁ ବିଦାୟ ଦେବା ଦୃଶ୍ୟ ସମସ୍ତଙ୍କୁ ବିସ୍ମିତ କରିଥିବା ବେଳେ ମୁଣ୍ଡପାତି ମହିଳା ଜଣଙ୍କ ଗାଡି ଭିତରେ ବସି ପଡିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ତାଙ୍କର ୪ ବର୍ଷର ଏକ ପୁଅ ରହିଛି ଓ ସେ ମାଁ ପାକରୁ ତାକୁ ପାଇବା ପାଇଁ ଯୁଯୋମୁରା ଥାନାରେ ସତ୍ୟନାରାୟଣ ଆଉ ଏକ ପିଟିସନ ଦାଖଲ କରିଥିବା କହିଛନ୍ତି । ତେବେ କୋର୍ଟ ନିଷ୍ପତ୍ତି ପୁର୍ବରୁ ଯୌତୁକ ସାମଗ୍ରୀ ସ୍ତ୍ରୀ ପକ୍ଷ ନେବା ସ୍ୱାମୀ-ସ୍ତ୍ରୀ ବିଚ୍ଛେଦର ଏକ ଅଙ୍ଗ ବିଷେଷ ହୋଇଥିବାରୁ ଉଭୟ ପକ୍ଷ ଆରୋପ ପ୍ରତି ଆରୋପରୁ ଦୂରେଇ ରହି ନିଜ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ଉପସ୍ଥିତ ବରିଷ୍ଠ ମାନେ ଉଭୟ ପକ୍ଷକୁ ବୁଝାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ