ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ରେଙ୍ଗାଳବେଡା ସ୍ଥିତ ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଆଜି ଶୁକ୍ରବାର ବନମୋହତ୍ସବ ପାଳିତ ହୋଇଯାଇଛି। ଏହି କ୍ରମରେ ଭିନ୍ନ ଭିନ୍ନ କିସମର ଚାରା ରୋପଣ କରା ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଭୋଜପୁର ବନଖଣ୍ଡର ବିଭାଗୀୟ ମୁଖ୍ୟ ଫରେଷ୍ଟର ହେମନ୍ତ ମିଶ୍ରଙ୍କ ସମେତ ବନ ବିଭାଗର ସହକର୍ମୀ ଉପସ୍ଥିତ ରହି ବିଦ୍ୟାଳୟ ପ୍ରାଙ୍ଗଣରେ ରକ୍ତଚନ୍ଦନ, ଶ୍ୱେତଚନ୍ଦନ, ସ୍ଵର୍ଣଚମ୍ପା ପରି ବହୁମୂଲ୍ୟ ବୃକ୍ଷ ରୋପଣ କରାଯାଇଥିବା ବେଳେ ମୋଟାମୋଟି ଭାବେ ୫୦ ଗୋଟି ଚାରା ରୋପଣ କରିଥିଲେ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଉପାସନା ସ୍ୱାଇଁ ଛାତ୍ରଛାତ୍ରୀଙ୍କ ସହ ବନୀକରଣ ର ଉଦେଶ୍ୟ, ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ମା ପାଇଁ ଗଛ ଟିଏ ୩.୦” କାର୍ଯ୍ୟକ୍ରମ ସମ୍ପର୍କରେ ଇକୋ କ୍ଲବ ଦାଇତ୍ୱରେ ଥିବା ସହକାରୀ ସପ୍ତସିର କହ୍ନର ପରିବେଶ ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସଫଳ ଘୋଷଣା କରିଥିଲେ।

