Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ; ବର୍ଷେ ହେଲା ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ବାବୁପାଲି ରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା l ଗ୍ରାମରେ ରେ ରହିଥିବା ଏକମାତ୍ର ସୋଲାର ଜଳ ପ୍ରକଳ୍ପ ଟି ଦୀର୍ଘ ଏକ ବର୍ଷ ହେଲା ଅଚଳ ହୋଇ ପଡିଛି। ଉକ୍ତ ପ୍ରକଳ୍ପ କୁ ମରାମତି କରିବାକୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ସୁଚନାମତେ ବାବୁପାଲି ଗ୍ରାମରେ ପ୍ରାୟ ୩୫ଟି ପରିବାର ବସବାସ କରୁଥିବାବେଳେ ଗ୍ରାମରେ ପାନୀୟ ଜଳ ପାଇଁ ନଳକୂପ ଓ ସୋଲାର ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ମାତ୍ର ଗ୍ରାମର ଥିବା ନଳ କୂପରୁ ଆବଶ୍ୟକ ଠାରୁ କମ୍ ପାଣି ବାହାରୁ ଥିବା ବେଳେ ଆଉ କେତେକ ର ପାଣି ବ୍ୟବହାର ଅନୁପଯୋଗୀ ରହିଛି। ତେଣୁ ଲୋକେ ଏବେ ପାନୀୟ ଜଳ ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ସୁବର୍ଣ୍ଣପୁର ଜିଲ୍ଲାରେ ପାଖାପାଖି ୪୩ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଗ୍ରାମର ଜଳାଶୟ ସବୁ ସୁଖିଲା ପଡିଛି।ଗ୍ରାମବାସୀ ସ୍ନାନ ସୌଚ ଠାରୁ ଆରମ୍ଭ କରି ଘରୋଇ ବ୍ୟବହାର ପାଇଁ ଏବେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୃହପାଳିତ ପଶୁଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡୁଛି। ଦୀର୍ଘ ଏକ ବର୍ଷ ହେଲା ଉକ୍ତ ସୋଲାର ଜଳ ପ୍ରକଳ୍ପ ଟି ଅଚଳ ହୋଇ ପଡିଥିଲେ ମଧ୍ୟ କାହାରି ଦୃଷ୍ଠି ପଡୁନାହିଁ। ପ୍ରକଳ୍ପ ମରାମତି ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନାହିଁ। ଏନେଇ ଲୁତୁରପଙ୍କ ପଞ୍ଚାୟତର ସରପଞ୍ଚ ସୁର୍ଯ୍ୟ କୁମାର ନନ୍ଦ ଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ର ମଟର ଟି ବୋରିଙ୍ଗ ରେ ପଡି ଯାଇଛି। ଉକ୍ତ ପ୍ରକଳ୍ପ ର ମରାମତି ନେଇ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ଏହା ସହିତ ପ୍ରକଳ୍ପ ଅଚଳ ହୋଇ ପଡି ଥିବାରୁ ନୂତନ ଭାବେ ବୋରିଂ କରାଯାଇ ନଳ କୂପ ଭାବେ ବ୍ୟବହାର କରାଯାଉଛି । ତେବେ ତୁରନ୍ତ ଉକ୍ତ ଗ୍ରାମର ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହୁଏ l