ମୁରଶୁଣ୍ଢୀ ଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ପୂଜନ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ଠାରେ ନିର୍ମାଣାଧୀନ ଗଜଲକ୍ଷ୍ମୀ ମନ୍ଦିରର ଗର୍ଭଗୃହ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସହ ଇଟା ଯୋଡ଼େଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସଚ୍ଚିଦାନନ୍ଦ ପଣ୍ଡା, ବନମାଳୀ ଚାନ୍ଦ ଓ ପ୍ରଦୀପ ରଥ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର କାର୍ଯ୍ୟକୁ ନୟାଗଡ଼ର ରାଜମିସ୍ତ୍ରୀ ମାନେ ନିର୍ମାଣ କରିବା ପାଇଁ ସ୍ଥିର ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପୂଜା କମିଟିର ସଭାପତି ଲବ କୁମାର ସାହୁଙ୍କ ନେତୃତ୍ଵରେ ଉପସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବ ମିଶ୍ର, ସହସମ୍ପାଦକ ବିଦ୍ୟାଧର ଖୁର୍ଡିଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ବରିଷ୍ଠ ସଦସ୍ୟ ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

