Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୪ ଟଙ୍କାର ବାମ୍ ପାଇଁ କମ୍ପାନୀକୁ ଭରିବାକୁ ପଡିବ ୧୬୦୦ ଗୁଣା ଜରିମାନା…

ଗୋଡ଼ରେ ଯନ୍ତ୍ରଣା ହୋଇଥିବାରୁ ୨୪ ଟଙ୍କା ଦେଇ ଦୁଇଟି ପେନ୍ କିଲର ବାମ୍ କିଣିଥିଲେ କାନପୁରର ବାସିନ୍ଦା ସୁଧୀନ୍ଦ୍ର ମିଶ୍ର। କିନ୍ତୁ ଯେତେବେଳେ ଘରେ ଯାଇ ପହଞ୍ଚି ଡବା ଦେଖିଲେ ସେତିକିବେଳେ ତାଜୁବ ହୋଇଗଲେ | ଦୁଇଟି ଯାକ ଡବା ଖାଲି ଥିବା ଜଣାପଡ଼ିଥିଲା। ଏନେଇ ସେ ଦୋକାନୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ କମ୍ପାନୀ ଉପରେ ଦୋଷ ଦେଇ ଏଡାଇ ଯାଇଥିଲେ | ବାମ୍ ବଦଳାଇ ଦେବା କିମ୍ବା ୨୪ ଟଙ୍କା ଫେରାଇବାକୁ ମଧ୍ୟ କେହି ରାଜି ହୋଇନଥିଲେ। ଶେଷରେ ସୁଧୀନ୍ଦ୍ର ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହୋଇଥିଲେ।

୨୦୨୧ରେ ଦାଖଲ ହୋଇଥିବା ଏହି ମାମଲାର ଶୁଣାଣି ସମୟରେ ମେଡିକାଲ ଷ୍ଟୋର କହିଥିଲା ଯେ, ଉତ୍ପାଦର ଗୁଣବତ୍ତା ଓ ପ୍ୟାକେଜିଂ ପାଇଁ ନିର୍ମାତା କମ୍ପାନୀ ଦାୟୀ। କିନ୍ତୁ ଉପଭୋକ୍ତା ଆୟୋଗ ସ୍ପଷ୍ଟ କରିଥିଲେ ଯେ, ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବିକ୍ରି କରିବା ଏବଂ ଗ୍ରାହକଙ୍କ ଅଭିଯୋଗର ସମାଧାନ ନ କରିବା ‘ସେବାରେ ତ୍ରୁଟି’ ଶ୍ରେଣୀରେ ଆସେ। ତେଣୁ ଦୋକାନୀ ଓ କମ୍ପାନୀ ଉଭୟଙ୍କୁ ଦାୟୀ ବୋଲି ଧରାଯାଇଥିଲା।

ଶେଷରେ ଉପଭୋକ୍ତା ଆୟୋଗ ସୁଧୀନ୍ଦ୍ର ମିଶ୍ରଙ୍କ ସପକ୍ଷରେ ରାୟ ଦେଇ ୨୪ ଟଙ୍କା ଉପରେ ୭ ପ୍ରତିଶତ ବାର୍ଷିକ ସୁଧ ସହ ଫେରସ୍ତ କରିବାକୁ ଏବଂ ମାନସିକ ଯନ୍ତ୍ରଣା, ସମୟ ନଷ୍ଟ ଓ ମାମଲା ଖର୍ଚ୍ଚ ବାବଦରେ ୪୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ପାଞ୍ଚ ବର୍ଷର ଆଇନଗତ ଲଢେଇ ପରେ ମିଳିଥିବା ଏହି ରାୟ ଗ୍ରାହକ ଅଧିକାର ସୁରକ୍ଷାର ଏକ ବଡ଼ ଉଦାହରଣ ବୋଲି ଧରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ