Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୩ ରାଜ୍ୟ ବ୍ୟାପି କଳାକାର ଶୋଭାଯାତ୍ରା

ବ୍ରହ୍ମପୁର: କଳାକାର ହିତୈଷୀ ଦାବି ନେଇ ଆଗାମୀ ଜୁଲାଇ ତିନି ତାରିଖ ଦିନ ରାଜ୍ୟବ୍ୟାପୀ କଳାକାର ଶୋଭାଯାତ୍ରା ସହ ସମ୍ପୃକ୍ତ ଅଞ୍ଚଳର ରାଜସ୍ବ କମିଶନର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବା ପରିପ୍ରେକ୍ଷୀରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ‘ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ର ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଅନୁଦାନ କଳାକାର ଭତ୍ତା ନୁହଁ । ଏହା କେବଳ ସରକାରୀ ସହାୟତା ମାତ୍ର । ଫଳରେ ବରିଷ୍ଠ କଳାକାରମାନେ କେନ୍ଦ୍ର ସରକାରଙ୍କ କଳାକାର ଭତ୍ତା ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି । କଳାକାର ଭତ୍ତାର ପରିମାଣ ବୃଦ୍ଧି ଓ ପୂର୍ବବତ୍ ମୃତକଙ୍କ ବିଧବା ପତ୍ନୀ ବା ସ୍ବାମୀଙ୍କୁ ପ୍ରଦାନ ଆଦି କେତେକ ସାମ୍ପ୍ରତିକ ପ୍ରମୁଖ ଦାବି ସମ୍ବଳିତ ପତ୍ର ଚଳିତ ମାସରେ ବ୍ଲକ ସ୍ତରରେ ବିଡ଼ିଓଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରେଇବା ନେଇ ଜିଲ୍ଲା ସଂଘ ପ୍ରସ୍ତୁତ ହେବା ସହ ତାହାର ପ୍ରତିଷ୍ଠା ଦିବସ ଜୁଲାଇ ତିନି ତାରିଖରେ ଏକ ବିରାଟ କଳାକାର ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଦାବିପତ୍ର ପ୍ରଦାନ କରିବା ନେଇ ସ୍ଥିର କରାଗଲା । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ଉପରୋକ୍ତ ସମସ୍ୟାର ଅବତାରଣା କରିଥିଲେ । ଏଥିରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ବରିଷ୍ଠ ଶିକ୍ଷବିତ୍ ତଥା ମଞ୍ଚ ନିର୍ଦ୍ଦେଶକ ଶଙ୍କର୍ଷଣ ସାବତ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟକାର ଉମା ଶଙ୍କର ଦାଶ, ପାଣ୍ଡବ ପ୍ରଧାନ, ବରିଷ୍ଠ ଅଭିନେତ୍ରୀ ଗୀତା ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କିଶୋର କପୁର, ସୁବାସ ସାହୁ ମାମା, କୁନୁ ବେହେରା, ଦେବେନ୍ଦ୍ର ଶର୍ମା, ବନ୍ଦନା ନନ୍ଦ ପ୍ରମୁଖ ସହାୟତା କରିଥିବା ବେଳେ ପରିଶେଷରେ ବିଜୟ କୁମାର ଶତପଥୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ