Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିରରେ ୭୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଜମନକିରା : ଜମନକିରା ବ୍ଲକରେ ଆଜି ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶିବିରରେ ମୋଟ ୭୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ୭୭ ଜଣଙ୍କ ମଧ୍ୟରେ ଶ୍ରବଣ ବାଧିତ ୧୦, ଦୃଷ୍ଟି ବାଧିତା ୩, ମାନସିକ ବିକୃତି ୭ ଏବଂ ଶାରିରୀକ ଅକ୍ଷମତା ୫୬ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ଡିଏସଏସଓ ସୌର ଚନ୍ଦ୍ର ପାଣି ଉପସ୍ଥିତ ଥିଲେ। ବିଏସଏସଓ ରଞ୍ଜିତ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଜେ.ଏ ଅଜିତ କୁମାର ସାହୁ ଏବଂ ପିଏ ସୁଧୀର କୁମାର ସେନାପତି ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଅର୍ଥୋପେଡିକ ଡ଼ା. ସୁଭମୟ ଚିନ୍ମୟ ସ୍ୱାଇଁ, ଇ ଏନ୍ ଟି ଡ଼ା. ଗଙ୍ଗାଧର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡ଼ା. କଲ୍ୟାଣୀ ପାତ୍ର, ଶ୍ରବଣ ବିଶେଷଜ୍ଞ ଡ଼ା. ରଶ୍ମିତା ନାୟକ, ଭେଷଜ ବିଶେଷଜ୍ଞ ଡ଼ା. ଏଲ. କେ. ପ୍ରଧାନ ଓ ଡ଼ା. ରଞ୍ଜନ କୁଜୁର ମନୋବିଜ୍ଞାନ ଡ଼ା. ଅକ୍ଷୟ ମିଶ୍ର ଏବଂ କ୍ଲିନିକାଲ ସାଇକୋଲୋଜିଷ୍ଟ ଏବଂ ଅଡିଓଲୋଜିଷ୍ଟ ପ୍ରମୁଖ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆଜି ୭ ଜଣ ଦିବ୍ୟାଙ୍ଗ ଙ୍କୁ ହୂଇଲ ସେୟାର ବଣ୍ଟନ, ମୋଟର ଚାଳିତ ଟ୍ରାଇ ସାଇକେଲ ୧, ଭତ୍ତା ୧୫ ଜଣଙ୍କୁ ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ରେ ଚେକ୍ ପ୍ରଦାନ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ