Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ବିଭୀଷିକା! ଶିକ୍ଷା ମନ୍ଦିରରେ ନବମ ଶ୍ରେଣୀ ଛାତ୍ରଙ୍କୁ ବେଧଡ଼କ ମାଡ଼ ଅଭିଯୋଗ ।

ବଲାଙ୍ଗୀର,୧୪।୭: ଶିକ୍ଷା ମନ୍ଦିରରେ ସଂସ୍କାର ବଦଳରେ ଶାରୀରିକ ନିର୍ଯାତନା। ସରକାରଙ୍କ ‘ଦଣ୍ଡମୁକ୍ତ ଶିକ୍ଷା’ ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ। ଏଭଳି ଏକ ସମ୍ବେଦନଶୀଳ ତଥା ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଉପରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟରୁ। ଯେଉଁଠି ଜଣେ ଗଣିତ ଶିକ୍ଷକଙ୍କ ନିର୍ଦ୍ଦୟ ମାଡ଼ର ଶିକାର ହୋଇଛି ନବମ ଶ୍ରେଣୀର ଜଣେ ନିରୀହ ଛାତ୍ର।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରଶାନ୍ତ ନାଗ କୌଣସି କାରଣରୁ ଉକ୍ତ ଛାତ୍ର ଜଣଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଶିକ୍ଷକଙ୍କ ଏହି କ୍ରୁର ବ୍ୟବହାର ଓ ମାଡ଼ ପରେ ଛାତ୍ର ଜଣକ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି। ଏପରିକି ମନରେ ଏଭଳି ଆତଙ୍କ ସୃଷ୍ଟି ହୋଇଛି ଯେ, ସେ ଆଉ ସ୍କୁଲ ଯିବାକୁ ମଧ୍ୟ ଡରୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଶିକ୍ଷାଦାନ କରିବା ଯାହାଙ୍କ ଦାୟିତ୍ୱ, ତାଙ୍କରି ହାତରେ ଛାତ୍ର ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତିତ ହେବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। କୋମଳମତି ଛାତ୍ରଙ୍କ ଉପରେ ହୋଇଥିବା ଏହି ଅତ୍ୟାଚାରର ନିରପେକ୍ଷ ତଦନ୍ତ ସହ ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍ ଧରିଛି।
ଏଠାରେ ପ୍ରଶ୍ନ ଉଠୁଛି:
ସରକାରଙ୍କ ‘ଦଣ୍ଡମୁକ୍ତ ସ୍କୁଲ’ ନିୟମ କେବଳ କାଗଜପତ୍ରରେ ସୀମିତ କି?
ଛାତ୍ରଙ୍କ ମନରୁ ଭୟ ଦୂର କରି ସେମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲ ଫେରାଇବା ପାଇଁ ପ୍ରଶାସନ କି ପଦକ୍ଷେପ ନେବ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories