Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲିଠୁ ଭୁବନେଶ୍ବରରୁ ସିଙ୍ଗାପୁରକୁ ଉଡିବ ବିମାନ

ଭୁବନେଶ୍ୱର: ନିକଟରେ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା। ଏହାର ସଫଳତା ପରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା। ଜୁନ୍‌ ୩ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଡାଇରେକ୍ଟ ଫ୍ଲାଇଟ୍‌। ଏଥିପାଇଁ ପ୍ରତି ରାଉଣ୍ଡ ଯାତ୍ରା ପାଇଁ ୧୫୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ସେବା ସପ୍ତାହରେ ଦୁଇଥର ମଙ୍ଗଳବାର ଏବଂ ଶନିବାର ଦିନ ଉପଲବ୍ଧ ହେବ।

ଗତ ମାସରେ ଏହି ଦୁଇଟି ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍ ବିକ୍ରି ଖୋଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପଦକ୍ଷେପ ଓଡିଶାର ଯୁବକମାନଙ୍କ ପାଇଁ ଚାକିରି ସୁଯୋଗକୁ ପ୍ରୋତ୍ସାହିତ କରିବ, ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ଆହୁରି ବଢିବ ଏବଂ ଆଇଟି ଓ ଆଇଟିଏସ୍ କ୍ଷେତ୍ରକୁ ମଧ୍ୟ ବୃଦ୍ଧି କରିବ।

ସେ ଆହୁରି ମଧ୍ୟ କରିଛନ୍ତି ଯେ ଏହି ଆନ୍ତର୍ଜାତୀୟ ବିମାନଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଅଧିକ ସୁବିଧା ଏବଂ ସୁଲଭ ଯାତ୍ରା ବିକଳ୍ପ ଯୋଗାଇଦେବା ସହିତ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉତ୍ସାହିତ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ