Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳୁଛି ସରକାର ବଦଳୁନି ରାସ୍ତା ଘାଟ ସମସ୍ୟା : ୫ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ ନୋହିଲା

ବାଲିଗୁଡ଼ା,ତା, ୨୮/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ) : ବର୍ଷ ବର୍ଷ ବିତି ଯାଉଛି, ସରକାର ପରେ ସରକାର ଆସୁଛି, କିନ୍ତୁ ବଦଳୁନାହିଁ ଗ୍ରାମାଞ୍ଚଳ ର ରାସ୍ତା ଘାଟ ସମସ୍ୟା, ଏପରି ଏକ ଘଟଣା ଦେଖିବାକୁ ମିଳିଛି, ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଶେଷ ହେଉନଥିବା ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ । କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଠାରୁ ମିଡିଆକିଆ ଓ ମିଡିଆକିଆ ଠାରୁ ଜକିକିଆ ମୁଖ୍ୟ ରାସ୍ତାରେ ରାସ୍ତା ପ୍ରଶସ୍ତ କରିବାକୁ ବାଲିଗୁଡା ପୂର୍ତ୍ତ ବିଭାଗ ଦ୍ବାରା ଟେଣ୍ଡର ଡକାଯାଇ କାମ ଆରମ୍ଭ ହୋଇଥିଲା । ୫ ବର୍ଷ ବିତିବା ସହ ଦୁଇରୁ ତିନି ଜଣ ଠିକାଦାର ପରିବର୍ତ୍ତନ ହୋଇଛନ୍ତି, ତଥାପି ୫୯ ନଂ ଜାତୀୟ ରାଜପଥ ଠାରୁ ପ୍ରାୟ ଦଶ କି.ମି.ରୁ ଅଧୂକ ରାସ୍ତା ନିର୍ମାଣ ଶେଷ ହେଉନି । ରାସ୍ତାର ଦୁଇ ପାର୍ଶ୍ବ ଖୋଳି ଦିଆ ଯାଇଥିବାରୁ ବସ୍ କିମ୍ବା କୌଣସି ବଡ଼ ଯାନବାହନ ଚଳାଚଳରେ ଅସୁବିଧା ସହିତ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥ‌ିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏ ନେଇ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ସ୍ଥାନୀୟ ଅଧୂକାରୀଙ୍କୁ ଭେଟି ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକଙ୍କ ସମେତ ଅଞ୍ଚଳବାସୀ ପୁଣି ଅବଗତ କରି ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ