ସ୍ମୃତିଶକ୍ତି ବଢ଼ାଇବାରେ ସହାୟକ ହେବ ଏହି ୫ ସୁପରଫୁଡ୍; କଣ ସେହି ସୁପର ଫୁଡ ଜାଣନ୍ତୁ…
ଆଜିକାଲି କେବଳ ବୟସ୍କ ନୁହେଁ, କମ୍ ବୟସର ଲୋକମାନେ ମଧ୍ୟ ସ୍ମୃତିଶକ୍ତି କମିବା, ବାରମ୍ବାର କଥା ଭୁଲିଯିବା, ଜିନିଷ ରଖିଥିବା ସ୍ଥାନ ମନେ ନ ପଡ଼ିବା ଏବଂ କାମରେ ଧ୍ୟାନ ନ ରହିବା ଭଳି ସମସ୍ୟାର ସାମ୍ନା କରୁଛନ୍ତି। ବିଶେଷଜ୍ଞଙ୍କ ମତରେ, ଖରାପ ଜୀବନଶୈଳୀ, ଅନିୟମିତ ଖାଦ୍ୟାଭ୍ୟାସ, ଅଧିକ ଚାପ ଏବଂ ପର୍ଯ୍ୟାପ୍ତ ନିଦ୍ରାର ଅଭାବ ଏହାର ପ୍ରମୁଖ କାରଣ ହୋଇପାରେ। ମସ୍ତିଷ୍କକୁ ସୁସ୍ଥ ଓ ସକ୍ରିୟ ରଖିବା ପାଇଁ ସଠିକ୍ ପୋଷଣ ଅତ୍ୟନ୍ତ ଜରୁରୀ।
ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ାଇବା ପାଇଁ ଦୈନନ୍ଦିନ ଖାଦ୍ୟରେ କିଛି ସୁପରଫୁଡ୍ ସାମିଲ କରାଯାଇପାରେ। ବାଦାମ ଓ ଅଖରୋଟରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ମସ୍ତିଷ୍କ ପାଇଁ ଉପକାରୀ। ସେହିପରି ବ୍ଲୁବେରି ଭଳି ଫଳରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମସ୍ତିଷ୍କ କୋଷକୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ। ଏହା ସହ ଡାର୍କ ଚକୋଲେଟ୍, ସବୁଜ ପତ୍ରଯୁକ୍ତ ପରିବା ଏବଂ ଅଣ୍ଡା ମଧ୍ୟ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଧରାଯାଏ।
ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଚିନ୍ତା କରିବା, ମନେ ରଖିବା, ନିଷ୍ପତ୍ତି ନେବା ଏବଂ ଭାବନାକୁ ନିୟନ୍ତ୍ରଣ କରିବା ଭଳି ସମସ୍ତ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୋଇଥାଏ। ତେଣୁ ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ଓ ଚାପମୁକ୍ତ ଜୀବନଶୈଳୀ ଅନୁସରଣ କଲେ ସ୍ମୃତିଶକ୍ତିକୁ ଭଲ ରଖିବାରେ ସହାୟତା ମିଳିପାରେ।

