Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିରୋଧୀ ଆପଣଙ୍କର ଇସ୍ତଫା ଦାବି କରୁଛନ୍ତି…ପ୍ରଶ୍ନ ଉପରେ ଏମିତି ଉତ୍ତର ଦେଲେ ରେଳ ମନ୍ତ୍ରୀ ବୈଷ୍ଣବ

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି ଘଟିଛି। ଦୁର୍ଘଟଣାକୁ ୧୬ ଘଣ୍ଟାରୁ ଅଧିକ ବିତି ସାରିଛି। ଯେମିତି ଯେମିତି ସମୟ ଗଡ଼ୁଛି ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି। ଏହା ମଧ୍ୟରେ ବିରୋଧୀ ଏହି ଭୟଙ୍କର ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପ୍ରଶ୍ନ ଉପରେ ବୈଷ୍ଣବ କହିଛନ୍ତି, ଯେଉଁ ଧରଣର ଏହି ଘଟଣା ଘଟିଛି ଏଥିରେ ମାନବିକତା ସମ୍ବେଦନ ବହୁତ ଜରୁରୀ। ବର୍ତ୍ତମାନ ମୋର ସମସ୍ତ ଫୋକସ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ଉପରେ ରହିଛି।
ଘଟଣାସ୍ଥଳରେ ଥିବା ରେଳ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଛି ଯେ, କଣ ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ଥାଇପାରେ କି ? ଏହାର ଜବାବରେ ସେ କହିଛନ୍ତି ପୂରା ମାମଲାର ତଦନ୍ତ ପରେ ହିଁ କିଛି କୁହାଯାଇ ପାରିବ। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚିବା ପରେ କହିଛନ୍ତି, ଦୁର୍ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏବେ ପୂରା ଫୋକସ ଉଦ୍ଧାର କାର୍ଯ୍ୟ ଉପରେ ରହିଛି। ଆହତଙ୍କ ଚିକିତ୍ସା ପାଇଁ ଅନେକ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। କମିସନର ରେଳ ସେଫଟୀକୁ ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ କୁହାଯାଇଛି।

ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକ ସଂଖ୍ୟା ବଢି ୨୮୦ରେ ପହଞ୍ଚିଲାଣି। ସେନା, ବାୟୁସେନା ସହିତ ଅନେକ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନରେ ଜୁଟିଛନ୍ତି। ଟ୍ରେନ ବଗିରେ ଏବେ ମଧ୍ୟ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କରୁଛନ୍ତି।