Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ବେଳେ ଜିଲ୍ଲାପାଳଙ୍କ ସାହସିକତା; ଲାଇଫ୍ ଜ୍ୟାକେଟ୍ ପିନ୍ଧି ଲୋକଙ୍କୁ ଉଦ୍ଧାର କଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ନିଜେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସାହସିକତାର ପରିଚୟ ଦେଇଛନ୍ତି। ଲାଇଫ୍ ଜ୍ୟାକେଟ୍ ପିନ୍ଧି ଅଗ୍ନିଶମ ବିଭାଗର ଟିମ୍ ସହ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରେ ବନ୍ୟାଜଳ ମଧ୍ୟରେ ଫସିଥିବା ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏହି ଅଭିଯାନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ସାମିଲ ହୋଇଥିଲେ।

ଜିଲ୍ଲାପାଳ ନିଜେ ଉଦ୍ଧାରକାରୀ ଦଳ ସହ ବନ୍ୟାଜଳରେ ପ୍ରବେଶ କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ସେହିପରି ରଜାପଡ଼ା ଅଞ୍ଚଳରୁ ୭ ଜଣ ଏବଂ ବେଦାନ୍ତ ପମ୍ପ ହାଉସରୁ ଆଉ ୨ ଜଣଙ୍କୁ ଅଗ୍ନିଶମ ବିଭାଗ ସଫଳତାର ସହ ଉଦ୍ଧାର କରିଛି। ବନ୍ୟା ପ୍ରଭାବିତ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାପାଳ ପରିସ୍ଥିତିର ସମୀକ୍ଷା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ଏବଂ ଆବଶ୍ୟକ ସହାୟତା କାର୍ଯ୍ୟ ଜାରି ରହିଥିବାବେଳେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଚାଲିଥିବା ରେସ୍କ୍ୟୁ ଅଭିଯାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories