ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ: କମିଟି ଗଠନ, ବିଧାୟକ ଲକ୍ଷ୍ମଣ ବାଗ ଅଧ୍ୟକ୍ଷ ମନୋନୀତ ।
ବଲାଙ୍ଗୀର,୩୧।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୫ ଦିନିଆ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ। ଏହି ମହା ଧାର୍ମିକ ଆୟୋଜନକୁ ସୁଚାରୂ ରୂପେ ସମ୍ପାଦନ କରିବା ପାଇଁ ଭାଗବତ ନାମ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ହରିଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଯଜ୍ଞର ବିସ୍ତୃତ ରୂପରେଖ ସମ୍ପର୍କରେ ଆଲୋଚନା କରାଯିବା ସହ ପରିଚାଳନା ପାଇଁ ଏକ ନୂତନ କମିଟି ଗଠନ କରାଯାଇ ବିଭିନ୍ନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।
ଏଥିରେ ସର୍ବସମ୍ମତି କ୍ରମେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କୁ ଯଜ୍ଞ ଆୟୋଜନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅଶୋକ ଛାପାଡିଆ, ଉପାଧ୍ୟକ୍ଷ ଭାବେ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ ଓ ବିଜୟ ଶର୍ମା, ସମ୍ପାଦକ ଭାବେ ବିନୋଦ ଝାରୱାଲିଆ, କୋଷାଧ୍ୟକ୍ଷ ଭାବେ ରୂପେଶ ଅଗ୍ରୱାଲ (ଲାଥୋରିଆ)ଙ୍କୁ ମନୋନୀତ କରାଯାଇଛି ।
ସେହିପରି ମିଡିଆ ପ୍ରଭାରୀ ଭାବେ ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନି, ପ୍ରେସ କ୍ଲବ ସଭାପତି ପ୍ରାବିଜିତ ସିଂ ସାଲୁଜା (ଛୋଟୁ), ଏବଂ ବଙ୍ଗୋମୁଣ୍ଡା ସାମ୍ବାଦିକ ସଙ୍ଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କୁ ଚୟନ କରାଯାଇଛି ।
ଏହି ମହାଯଜ୍ଞ ମହାମଣ୍ଡଳେଶ୍ୱର ମହନ୍ତ ସଚ୍ଚିଦାନନ୍ଦ ଶାସ୍ତ୍ରୀ ମହାରାଜ ଏବଂ ମୁନି ଭୂପେନ୍ଦ୍ରଙ୍କ ମାର୍ଗଦର୍ଶନରେ ସମ୍ପନ୍ନ ହେବ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରସିଦ୍ଧ ସନ୍ଥ, ମୁନିଋଷି ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି।
ହରିଭବନଠାରେ ଆୟୋଜିତ ଏହି ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ନଗରପାଳ ବରିୟାମ ସିଂ ସାଲୁଜା, ଲଲିତ ଅଗ୍ରୱାଲ, ସାଂସଦ ପ୍ରତିନିଧି ରାଜେଶ ଅଗ୍ରୱାଲ, ଘନଶ୍ୟାମ ଭାଗର୍ତୀ, ଚିନ୍ମୟ ଯୋଶୀ, ଅନୀଲ ରୁବି, ଆନନ୍ଦ ଗୋୟଲ, ପ୍ରେମ ବୋଷ, ଅରୁଣ ଆର୍ଯ୍ୟ, ଗୋପାଳ ପାଠକ, କିଶୋର ବାରିକ, ଆଶିଷ ଠାକୁର, ପରମାନନ୍ଦ ପୁଟେଲ, ପପୁ ଶର୍ମା, ଦୀପକ ଗୁପ୍ତା, ଅମରଚନ୍ଦ ଶର୍ମା, ଘନଶ୍ୟାମ ଗୁରୁଜୀଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଆଗାମୀ ଦିନରେ କାର୍ଯ୍ୟକ୍ରମର ସଫଳତା ପାଇଁ କମିଟିର ଆହୁରି ସମ୍ପ୍ରସାରଣ କରାଯିବ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ ଅଶୋକ ଛାପଡିଆ ସୂଚନା ଦେଇଛନ୍ତି। ଏହି ବିଶାଳ ବିଷ୍ଣୁ ମହାଯଜ୍ଞକୁ ନେଇ ସମଗ୍ର କଣ୍ଟାବାଞ୍ଜି ଓ ଆଖପାଖ ଅଞ୍ଚଳରେ ଏବେ ଧାର୍ମିକ ଉତ୍ସାହ ପ୍ରକାଶ ପାଇଛି।

